ପୁରୀ ବ୍ଲୁ ଫ୍ଲାଗ ବିଚରେ ଜଲୱା ଦେଖାଇଲେ ସୂର୍ଯ୍ୟକିରଣ ଟିମ୍‌

0 62

ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଆଜି ପୁଣି ବାୟୁବୀରମାନେ ଜଲ୍‌ୱା ଦେଖାଇଛନ୍ତି । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି “ଏୟାର ଶୋ’ ଆୟୋଜିତ କରାଯାଇଥିଲା । ଗତକାଲି ସୂର୍ଯ୍ୟକିରଣ ଟିମ୍‌ ପୁରୀ ଆକାଶରେ ରିହର୍ସଲ୍‌ କରିଥିବା ବେଳେ ଆଜି “ଏୟାର ଶୋ’ ହୋଇଥିଲା । ସକାଳୁ ପୁରୀରେ ଝିପି ଝିପି ବର୍ଷା ଥିବାରୁ ଏୟାର ସୋ ଆୟୋଜନ ନେଇ ଆଶା ଆଶଙ୍କା ଥିବା ବେଳେ ପାଗରେ ସୁଧାର ଆସିବା ପରେ ଏହି ଏୟାର ଶୋ’ ହୋଇଥିଲା ।

hiring

ଏହି ଏୟାର ଶୋ’ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ହୋଇଥିବା “ଏୟାର ଶୋ’ ଅପେକ୍ଷା ପୁରୀରେ କମ୍‌ ଉଚ୍ଚତାରେ ଏହି ଶୋ’ ପ୍ରଦର୍ଶିତ ହୋଇଥିଲା । ଆକାଶ ମାର୍ଗରେ ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମ୍‌ ଦୁଃସାହସିକ ଏୟାର ଶୋ’ ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖି ଦର୍ଶକ ବେଶ୍‌ ରୋମାଞ୍ଚିତ ହୋଇଥିଲେ । ୯ଟି ହକ୍‌ ଲଢୁଆ ବିମାନ ଏହି କଳା କୌଶଳ ଦେଖାଇ ଥିଲେ । ବିମାନ ଗର୍ଜନରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର ଆକାଶ ।

hiranchal ad1
Leave A Reply

Your email address will not be published.

ten − 4 =