ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

0 51

ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ନେଇଛନ୍ତି । ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଖଣ୍ଡୁଆ ପାଟ ଦେଇ ସେବାୟତମାନେ ସ୍ୱାଗତ କରିଥଲେ । ମୁଖ୍ୟ ବିଚାରପତି ୟୁ ୟୁ ଲଳିତ ତାଙ୍କ ସହଧର୍ମିଣି ଅମିତା ଉଦୟ ଲଳିତଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି । ତାଙ୍କସହ ଆଡଭୋକେଟ ଜେନେରାଲ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢାରେ ଥିବା ଅନ୍ୟ ଦେବଦେବୀ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ ସାରି ପ୍ରତ୍ୟାବର୍ତ୍ତନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =