ଘୁ.ଉଦୟଗିରି : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମୁନା ଖାନ ପ୍ରଥମ ଥର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗସ୍ତରେ ଆସିଥିଲେ । ଆଜି ସକାଳ ୧୧.୩୦ ମିନିଟରେ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପହଞ୍ଚିବା ପରେ ସ୍ଥାନୀୟ ନଗର ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମହମ୍ମଦ ହୁସେନ ସ୍ୱାଗତ ଜଣାଇବା ସହ ନଗର ବିଜୁ ଜନତା ଦଳର ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଓ ଦଳୀୟ କର୍ମୀ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଶୋପ ଦିଲୀପ କୁମାର ବଳଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମକର୍ତ୍ତା ସାକ୍ଷାତ କରିବା ସହ ଆଲୋଚନା କରିଥିଲେ । ଅପରାହ୍ନ ପ୍ରାୟ ୩.୩୦ ମିନିଟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଡୁଗୁଡ଼ି ଛକ ଠାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ସ୍ୱାଗତ ଜଣାଇ ବାଇକ ରାଲି ସହ ଆସିବା ପରେ ଭଞ୍ଜ ମାର୍କେଟ ଠାରେ କର୍ମକର୍ତ୍ତା ବୈଦ୍ୟୁତିକ ବିଜ୍ଞାପନ ଫଳକ ଓ ୧୧ ନମ୍ବର ୱାର୍ଡ଼ ସ୍ଥିତ ପରିଚୟ ଗୃହର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଶ୍ରୀମତୀ ସୁଷମା ପ୍ରଧାନ, ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମିତି ଉପାଧ୍ୟକ୍ଷ ଏନ ଲୁକ୍, ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ପରିଷଦର ସମସ୍ତ ବିଜେଡି କାଉନସିଲର, ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ଉପସଭାପତି ଏମ ଡି ଆଲମାସ୍, ଚିନ୍ମୟ କୁମାର ସେଠୀ, ପ୍ରକାଶ ଚନ୍ଦ୍ର ରଥ, ଯୁବ ସଭାପତି ବ୍ରହ୍ମାନନ୍ଦ ସାହୁ, ଯୁବ ଉପସଭାପତି କାହ୍ନୁଚରଣ ବେହେରା, ଛାତ୍ର ସଭାପତି ଛଟନ ନାୟକ, ପଞ୍ଚାନନ ପ୍ରଧାନ ଓ ସମସ୍ତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣଙ୍କୁ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂଖ୍ୟା ଲଘୁ ସଭାପତି ଜୟାନନ୍ଦ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଏହି ସାଧାରଣ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ରାଜ୍ୟ ସଂଖ୍ୟାଲଘୁ ସମ୍ପାଦକ ୟାସିନ ବାଗ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୁନମ କହଁର, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ବ୍ଲକ ସଭାପତି ଲିଙ୍ଗରାଜ କହଁର ଉପସ୍ଥିତ ଥିଲେ । ଉପସ୍ଥିତ ମଞ୍ଚାସୀନ ଅତିଥି ନିଜ ନିଜ ଅଭିଭାଷଣ ରଖିଥିଲେ । ସମସ୍ତ ସଭା କାର୍ଯ୍ୟକୁ ସାଂସଦ ପ୍ରତିନିଧି ସାମନ୍ତ ନାୟକ ପରିଚାଳନା କରିଥିଲେ ।