୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ ଜୟଶଙ୍କର

0 42

ନୂଆଦିଲ୍ଲୀ,୧୮/୯ : ୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ପଦାଧିକାରୀଙ୍କ ଆଲୋଚନା କରିପାରନ୍ତି । ବୈଦଶିକ ମନ୍ତ୍ରାଳୟ ଅନୁଯାୟୀ, ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜି-୪ର ଏକ ବୈଠକରେ ଯୋଗଦେବେ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ଜି-୪ରେ ଭାରତ ସମେତ ବ୍ରାଜିଲ୍‌,ଜାପାନ ଓ ଜର୍ମାନୀ ସାମିଲ ଅଛନ୍ତି । ବିଦେଶ ମନ୍ତ୍ରୀ ଜୟଶଙ୍କର ଜାତିସଂଘର ସୁରକ୍ଷା ପରିଷଦରେ ବ୍ୟାପକ ସୁଧାରକୁ ସୁନିଶ୍ଚିତତା କରିବାକୁ ଏଲ୍‌-୬୯ ସମୂହ ରାଷ୍ଟ୍ରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଭାଗ ନେବେ । ଏଲ୍‌-୬୯ ସମୂହରେ ଏସିଆ, ଆଫ୍ରିକା, ଲାଟିନ୍‌ ଆମେରିକା,କାରବିଆନ୍‌, ଛୋଟ ଛୋଟ ଦ୍ୱୀପରେ ବିକାଶଶୀଳ ଦେଶମାନେ ସାମିଲ ଅଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 8 =