ପାଚେରୀ ଭୁଶୁଡି ୬ ଶ୍ରମିକ ମୃତ

0 39

ଲକ୍ଷେ୍ନø: ଭୁଶୁଡିଲା ନିର୍ମାଣାଧୀନ ପାଚେରୀ । ଘଟଣାସ୍ଥଳରେ ହିଁ ପାଚେରୀ ତଳେ ଚାପି ହୋଇ ପ୍ରାଣ ହରାଇଲେ ୬ ଜଣ ଶ୍ରମିକ । ଉତ୍ତରପ୍ରଦେଶର ନଏଡାରେ ଏଭଳି ଏକ ଅଘଟଣ ଘଟିଛି । ନଏଡ଼ାର ସେକ୍ଟର-୨୧ରେ ଥିବା ଏକ ପାଚେରୀ ଭାଙ୍ଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ରୁ ୬ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ସେକ୍ଟର-୨୧ରେ ଥିବା ଏକ ପାଚେରୀ କଡ଼ରେ ଥିବା ନାଳ ସାଫା କାମ ଚାଲିଥିଲା । ଶ୍ରମିକମାନେ ତଳେ କାମ କରୁଥିବା ବେଳେ ଅଚାନକ ପାଚେରୀଟି ଭୁଶୁଡି ପଡିଥିଲା । ଫଳରେ କିଛି ଶ୍ରମିକ ପାଚେରୀ ତଳେ ଚାପି ହୋଇରହିଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ୩ଟି ଜେସିବିକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । କିନ୍ତୁ ସେତେବେଳକୁ ୪ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଗୁରୁତର ଥିବା ୫ରୁ ୬ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଏହାସହିତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିପରି ଓ କେଉଁଭଳି ପରିସ୍ଥିତିରେ ପାଚେରୀ ଭୁଶୁଡିଲା, ଏହାର ସଠିକ୍‌ କାରଣ ଖୋଜି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଯୋଗୀ ।

hiranchal ad1
Leave A Reply

Your email address will not be published.

nineteen − 18 =