ରାଜନୈତିକ ଦଳରେ ସ୍ୱଚ୍ଛତା ପାଇଁ ନିର୍ବାଚନ ଅୟୋଗଙ୍କ ନୂଆ ପ୍ରସ୍ତାବ

0 35

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ପାଖକୁ ଆସୁଥିବା ଅର୍ଥ ଦାନକୁ ନିୟନ୍ତ୍ରଣ କରାଯିବା ଉଚିତ । ଏପରି ନହେଲେ ରାଜନୈତିକ ଅର୍ଥଯୋଗାଣରେ ସ୍ୱଛତା ଆସିବ ନାହିଁ ବୋଲି ଭାରତର ନିର୍ବାଚନ ଆୟୋଗ ମତ ପ୍ରକାଶ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ଏକ ଚିଠା ପ୍ରସ୍ତାବ ଦାଖଲ କରି ଆୟୋଗ ପକ୍ଷରୁ କୁହାଯାଇଛି ଯେ ରାଜନୈତିକ ପାଣ୍ଠି ଯୋଗାଣକୁ ସ୍ୱଚ୍ଛ କରିବାକୁ ହେଲେ ଜନପ୍ରତିନିଧି ଆଇନରେ କେତେକ ସଂଶୋଧନ ଅଣାଯିବା ଆବଶ୍ୟକ । ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ରାଜନୈତିକ ଦଳମାନଙ୍କୁ ଦିଆଯାଉଥିବା ଦାନର ପରିମାଣ ୨ ହଜାର ଟଙ୍କାରୁ ଅଧିକ ହେଲେ ଦାତାଙ୍କ ପରିଚୟ ଗୋପନ ରଖାଯାଇପାରିବ ନାହିଁ । ବର୍ତ୍ତମାନ ଏହି ସୀମା ୨୦ ହଜାର ଟଙ୍କା ରହିଛି । ଆହୁରି ମଧ୍ୟ ଗୋଟିଏ ରାଜନୈତିକ ଦଳ ନିକଟକୁ ଆସୁଥିବା ମୋଟ ଦାନର କେବଳ ୨୦ ପ୍ରତିଶତ ଅଥବା ୨୦ କୋଟି (ଯେଉଁଟି କମ) ନଗଦ ଟଙ୍କା ଆକାରରେ ଆସିପାରିବ । ଅନ୍ୟପକ୍ଷରେ ନିର୍ବାଚନରେ ଛିଡ଼ା ହେଉଥିବା ଜଣେ ପ୍ରାର୍ଥୀ ଏକ ସ୍ୱତନ୍ତ୍ର ବ୍ୟାଙ୍କ ଖାତା ଖୋଲିବେ । ଏହି ବ୍ୟାଙ୍କ ଖାତାରେ ହିଁ ନିର୍ବାଚନ ସଂପର୍କିତ ଅର୍ଥ ଆସିବ ଓ ବ୍ୟୟ କରାଯିବ । ଯଦି ଜଣେ ପ୍ରାର୍ଥୀ ଉଭୟ ବିଧାୟକ ଓ ସାଂସଦ ଭାବେ ଛିଡ଼ା ହେଉଛନ୍ତି ସେ ଦୁଇଟି ଅଲଗା ଅଲଗା ବ୍ୟାଙ୍କ ଖାତା ଖୋଲିବେ । ଏହା ଦ୍ୱାରା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସଂପୃକ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚର ତଦାରଖ କରିବା ସହଜ ହେବ ।

hiranchal ad1
Leave A Reply

Your email address will not be published.

20 − 11 =