ବଡଚଣା ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟଣା; ଡାକ୍ତର ଓ ନର୍ସଙ୍କ ବଦଳି

0 95

ଚଣ୍ଡିଖୋଲ : ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ପ୍ରସୂତି ମହିଳାଙ୍କ ମୁର୍ତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବଡଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ଓ ଟିମ ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । ତେବେ ଉକ୍ତ ଘଟଣା ପରେ ସଧାରଣରେ ଆଲୋଚନାର ବିଷୟ ପାଲଟିଛି ପ୍ରସବ ସମୟରେ ଡାକ୍ତରଙ୍କ ଅନୁପସ୍ଥିତ ରହିବା ଡାକ୍ତର ବଦଳରେ ନର୍ସ ସ୍ଟିଜ୍‌ କରିବା ସହ ରାତିରେ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ମାନସ ଧଳ ରହୁନଥିବାରୁ ଏଭଳି ସମସ୍ୟା ବାରମ୍ବାର ଉପୁଜିଥିବା ନଜରକୁ ଆସୁଛି । ଉତ୍ତେଜନା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟରତ ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ମାନସ ଧଳଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ନର୍ସ ଜୟନ୍ତୀ ସାମଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଥିବା ନେଇ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eleven + 17 =