ଘୁ ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଇଲାକା ଯେଉଁଠିକୁ ରାସ୍ତା ନାହିଁ ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି ସେଇ ଗାଁ ହେଉଛି ହସ୍ତିନାପୁର । ସେହି ଗାଁରେ ଆଜି ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଡ଼ିଓ ଆଶିଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଳାରେ ନୋଡାଲ ଅଫିସର ଉପଜିଲ୍ଲାପାଳ ଫୁଲବାଣୀ ଶେଷଦେବ ମିଶ୍ର ଯୋଗ ଦେଇଥିବା ବେଳେ ସମସ୍ତ ବିଭାଗୀୟ ଅଧିକାରୀ ଯଥା ଜଙ୍ଗଲ, କୃଷି,ଉଦ୍ୟାନ କୃଷି, ପଶୁ ସମ୍ପଦ, ଜଳବିଭାଜିକା ମିଶନ, ଶିଶୁ ଓ ମହିଳା, ମିଶନଶକ୍ତି , ବିଭାଗ,ସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳଯୋଗାଣ, ଗ୍ରାମ୍ୟ ଗୃହ ନିର୍ମାଣ, ଖାଦ୍ୟ ସୁରକ୍ଷା,ସ୍ୱଚ୍ଛ ଭାରତ ମିଶନ, ଶିକ୍ଷା,ରାଜସ୍ୱ ବିଭାଗ ଭଳି ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ଉପରେ ଏକ ଷ୍ଟଲ ଖୋଲିବା ସହ ନିଜ ନିଜ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କୁଇ ଭାଷା ଭିତ୍ତିରେ ନୃତ୍ୟ ଗୀତ ପାଲା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ ଲୁକ୍, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ ଉପସ୍ଥିତ ଥିବା ବେଳେ ଲିଙ୍ଗାଗଡ ସରପଞ୍ଚ ଅବଲାକର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଜଗନ୍ନାଥ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।