ନିଶା ମାଫିଆ ଓ ନିଶାଖୋର ସାବଧାନ, ଜଗିଛନ୍ତି ମାତୃଶକ୍ତି

0 105

ପୁରୀ : ପୁରୀରେ ବଢୁଥିବା ଅବାଧ ନିଶା କାରବାର ରୋକିବା ପାଇଁ ପୁରୀ ପୋଲିସ କାର୍ଯ୍ୟକାରୀ କରିବାକୁ ଯାଉଛି ନୂଆ ଏକ ଅଭିଯାନ । ପୁରୀକୁ ନିଶାମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।୨୦୨୨ରେ ପୁରୀ ପୋଲିସ ୩୯ ନିଶା କେଶ ରେଜିଷ୍ଟ୍ରି କରିଥିବା ବେଳେ ୮୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହ ୬ କେଜି ୬୭୮ ଗ୍ରାମ ବ୍ରାଉନସୁଗାର ଓ ୬୨ କେଜି ଓଜନର ଗଞ୍ଜେଇ ଜବତ ହୋଇଛି । ଅନ୍ୟପଟରେ ନୂଆକରି ମାତୃଶକ୍ତି ନାମକ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏଥିରେ ମହିଳାମାନଙ୍କୁ ସାମିଲ କରାଯାଇଛି ।ଏହି ମହିଳା ସ୍ୱେଚ୍ଛାସେବୀମାନେ ନିଶା ମାଫିଆଙ୍କୁ ରୋକିବା ଦିଗରେ ପୋଲିସକୁ ସାହାଯ୍ୟ କରିବେ ।ଏହି ମହିଳାମାନେ ପୋଲିସକୁ ସକ୍ରିୟ ନିଶାଖୋରଙ୍କୁ ଅନୈତିକ କାର୍ଯ୍ୟକଳାପ ବିଷୟରେ ସୂଚନା ଦେବା ସହ ସ୍ଥାନୀୟ ନୋଡାଲ ଅଫିସରମାନଙ୍କ ସହ ସମନ୍ୱୟରେ କାର୍ଯ୍ୟ କରିବେ । ସେଇଭଳି ପ୍ରତି ସାହି ଗଳିକନ୍ଦିରେ ସଚେତତନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ନେବେ ଏହି ମାତୃଶକ୍ତି ଟିମ । ପ୍ରତି ଥାନାରେ ମହିଳା ଏବଂ ଶିଶୁ ଡେସ୍କର ଅଧିକାରୀମାନେ ନୋଡାଲ ଅଫିସର ଭାବରେ କାର୍ଯ୍ୟ କରିବା ସହ ନିୟମିତ ସାଧାରଣ ଲୋକ ଏବଂ ମାତୃଶକ୍ତି ସ୍ୱେଚ୍ଛାସେବୀମାନଙ୍କ ସହ ସଚେତନତା ସୃଷ୍ଟି କରିବେ ।ଏହି ନୋଡାଲ ଅଫିସର ମାନେ ପାଟ୍ରୋଲିଂ ପାଇଁ ପିଙ୍କ ସ୍କୁଟିରେ ବୁଲିବେ ଏବଂ ପ୍ରତ୍ୟେକ ଅଞ୍ଚଳରେ ବୁଲି ପବ୍ଲିକ ସହ ମିଟିଂ ମଧ୍ୟ କରିବେ ।ଅନ୍ୟପଟରେ ଯୁବପିଢିଙ୍କୁ ସମାଜ ମଙ୍ଗଳ ବିଭାଗର ସହାୟତାରେ ନିଶାମୁକ୍ତ ହେବା ପାଇଁ ସାହାଯ୍ୟ ହାତ ବଢ଼ାଯିବ । ନିଶାସକ୍ତ ଯୁବକଙ୍କୁ କାଉନସେଲିଂ କରିବେ । ଏହି ନୂଆ ଅଭିଯାନଟି ପୁରୀ ଏସପି, ପୋଲିସ ଅଧିକାରୀ, ଏବଂ ମାତୃଶକ୍ତି ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି । ସମସ୍ତଙ୍କୁ ଏହି ଅଭିଯାନର ସଫଳତା ପାଇଁ ଅନୁରୋଧ କରାଯାଇଥିବା ବେଳେ ନିଶା ଉପରେ ଯେକୌଣସି ସୂଚନା କିମ୍ବା ମନ୍ତବ୍ୟ ଦେବା ପାଇଁ ନୂଆ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।ହେଲ୍ପଲାଇନ ନମ୍ବର ଟି ହେଉଛି-୭୭୩୫୮୪୮୮୬୭ ।

hiranchal ad1
Leave A Reply

Your email address will not be published.

4 × three =