ପେଟାପାଙ୍ଗା ପଞ୍ଚାୟତରେ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

0 108

ଘୁ ଉଦୟଗିରି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ର୍ନିେଶକ୍ରମେ ପେଟାପଙ୍ଗା ଠାରେ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟାପାଙ୍ଗା ଗ୍ରାମ ପଞ୍ଚାୟତଠାରେ ପ୍ରଥମେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୫ ତାରିଖରେ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ଅକ୍ଟୋବର ମାସ ୨ତାରିଖ ବା ଗାନ୍ଧୀ ଜୟନ୍ତୀ ଦିନ ସରିବ ବୋଲି ସୂଚନା ରହିଛି । ଏହି ଦିନମାନଙ୍କରେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବା ନେଇ ସରକାର ଧାର୍ଯ୍ୟ କରିଛନ୍ତି । ଆଜି ସରକାରଙ୍କ ପୂର୍ବ ସୂଚୀ ଅନୁଯାୟୀ ପଞ୍ଚାୟତ ପରିସର ମଧ୍ୟରେ ବା ଗ୍ରାମ ମାନଙ୍କରେ ରହିଥିବା ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଯେପରି ପଲିଥିନ,ପ୍ଲାଷ୍ଟିକ ବୋତଲ, ଜରି ଭଳି ଅଳିଆ ଆବର୍ଜନା ସଫା କରି,ଏକତ୍ର କୌଣସି ବର୍ଜ୍ୟବସ୍ତୁ କୁଣ୍ଡରେ ସଂଗ୍ରହ କରିବା ବିଷୟ ରହିଥିଲା । ସରକାରଙ୍କ ପୂର୍ବ ସୂଚୀ ଅନୁସାରେ ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ “ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତେବେ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀମାନେ,ଏବଂ ଗାଁ ସାଥି ଭାଇମାନେ ଯୋଗ ଦେଇ କାର୍ଯ୍ୟକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ,ଦୁଆର ବନ୍ଦ ତ ବେମାର ବନ୍ଦ’ ବୋଲି ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମଲ୍ଲିକ ଅଧକ୍ଷତାରେ ହେଉଥିବା ବେଳେ ଜିଆର୍‌ଏସ ଜ୍ୟୋତି ପ୍ରଧାନ, ଭିଏଲଡବ୍ଲ୍ୟୁ ପ୍ରଶାନ୍ତ କୁମାର କହଁର ଓ ସ୍ଥାନୀୟ ଅଂଚଳର ଶତାଧିକ ଲୋକମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦ୍ୱାରା ସ୍ୱଚ୍ଛତା ସର୍ବଦା ଅଞ୍ଚଳରେ ରହିବ ଓ ଜନସାଧାରଣ ସଚେତନ ରହି ନିଜ ଅଞ୍ଚଳକୁ ଯଥା ନିଜ ଘର ଚାରିପାଖ ସଫା ସୁତୁରା ରଖିବେ ବୋଲି ସରକାରଙ୍କ ଏହା ଏକ ପ୍ରୟାସ ବୋଲି ସ୍ଥାନୀୟ ସରପଞ୍ଚ ପ୍ରକାଶ କରି ଅଞ୍ଚଳର ଲୋକଙ୍କୁ ସୁସ୍ଥ ରହିବାର ବାର୍ତ୍ତା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 − 15 =