ପାରାଦ୍ୱୀପ ଯୁବ ବିଜେଡି ସଭାପତି ହେଲେ ଆଲୋକ ମହାପାତ୍ର

0 218

ପାରାଦ୍ୱୀପ -ପାରାଦ୍ୱୀପର ଯୁବ ସମାଜସେବୀ ତଥା ଯୁବକମାନଙ୍କ ଆଦର୍ଶ (ଯୁବନେତା ) ଆଲୋକ ମହାପାତ୍ର ପାରାଦ୍ୱୀପ ଯୁବ ବିଜେଡି ସଭାପତି ଭାବେ ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ନେଇ ପାରାଦ୍ୱୀପ ଯୁବ ବିଜୁ ଜନତା ଦଳ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁନର୍ବାର ଆସ୍ଥା ପ୍ରକଟ କରି ପାରାଦ୍ୱୀପ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ମନୋନିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୁବ ଛାତ୍ର ଅଧକ୍ଷ ପ୍ରଣବ ବଳବନ୍ତରାୟ , ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ପୌରପରିଷଦର ଅଧକ୍ଷ ତଥା ପାରାଦ୍ୱୀପ ବିଜୁ ଜନତା ଦଳ ସଭାପତି ବସନ୍ତ ବିଶ୍ୱାଳ, ଜଗତସିଂହପୁର ଜିଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାର ସମସ୍ତ ବିଧାୟକ ଓ ନେତୃତ୍ୱ ମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଆଲୋକ ମହାପାତ୍ର ।

hiranchal ad1
Leave A Reply

Your email address will not be published.

14 − 7 =