ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

0 240

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦର ବାହାରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନବନ୍ଦରରେ ଶ୍ରୀ ନଡ୍ଡାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ପୁରନ୍ଦଶ୍ୱରୀ, ସାଂସଦ ବସନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ସ୍ୱାଗତ କରିଥିଲେ ।ନଡ୍ଡା ଜନତା ମଇଦାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେବ। କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ । ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସ ମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଆସିବେ ବୋଲି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ କହିଛନ୍ତି।ଏହାକୁ ନେଇ ଗତକାଲି(ବୁଧବାର) ଜନତା ମଇଦାନରେ ହେବାକୁ ଥିବା ସଭାସ୍ଥଳୀକୁ ବୁଲି ଦେଖିଛନ୍ତି ପୁରନ୍ଦଶ୍ୱରୀ । ୨୦୨୪ ରେ ଦୁଇ ପାକ୍ଷିକ ଲଢେଇ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀ ବିଜେପିକୁ ଓଡ଼ିଶାରେ ବିରୋଧୀ ଦଳ ଭୂମିକାରେ ବସାଇଛନ୍ତି । ସେଥିପାଇଁ ବିଜେପି ଲଢେଇ କରିବା ପାଇଁ ପ୍ରସ୍ତୁତ । ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେହି କ୍ରମରେ ଓଡିଶା ଗସ୍ତରେ ଆସୁଛନ୍ତି । ଭାରତୀୟ ଜନତା ପାର୍ଟିର ହେବ ସାଙ୍ଗଠନିକ ବୈଠକ। ତାକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତା ବେଶ ଉତ୍ସାହିତ। ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତାଙ୍କ ଏବଂ ଛାମୁଆ ସଙ୍ଗଠକଙ୍କ ସହ ଆଲୋଚନା ହେବ ।

hiranchal ad1
Leave A Reply

Your email address will not be published.

three × 2 =