ଗନ୍ଧରାଡି ପୀଠରୁ ମୃତ୍ତିକା ଓ ଜଳ ସଂଗ୍ରହ

0 96

ବୌଦ୍ଧ: ଆଜାଦି କା ଅମୃତ ମହୋତ୍ସବ ୭୫ ବର୍ଷ ପୂର୍ତ୍ତି ଓ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୃକ୍ଷରୋପଣ ପାଇଁ ଐତିହାସିକ ତଥା ଆଧ୍ୟାତ୍ମିକ ସ୍ଥାନ ଗନ୍ଧରାଡି (ଚାରିଶମ୍ଭୁ) ପକ୍ସଠରୁ ମୃତ୍ତିକା ଓ ଜଳ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଉପାଧ୍ୟକ୍ଷା ବୌଦ୍ଧ ବ୍ଲକ ପାନେଶ୍ୱରୀ ଦେହୁରୀ, ସମିତି ସଭ୍ୟ ଲଷ୍ମୀପ୍ରସାଦ ପିଣ୍ଟୁ ମିର୍ଦ୍ଦା, ସମିତି ସଭ୍ୟ ତେଲିବନ୍ଧ ସୁନୀଲ ସେଠି, ସରପଞ୍ଚ ଲକ୍ଷ୍ମୀପ୍ରସାଦ ଜିପି ଭାରତୀ ପୁରୋହିତ, ପୂର୍ବତନ ଭାଇସ ଚେୟାରମ୍ୟାନ ମନୋରଞ୍ଜନ ପୁରୋହିତ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, କଳାକାର, ସାମ୍ବାଦିକ, ପୂଜକ ସୁଶୀଲ କୁମାର ପାଣିଗ୍ରାହୀ, ଯୋଗାଣ ସହାୟକ ଚିତ୍ତରଞ୍ଜନ ସାହୁ, ଲକ୍ଷ୍ମୀପ୍ରସାଦ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କୋଜିନୀ ତାଣ୍ଡି, ଅଙ୍ଗନୱାଡି କର୍ମୀ, ଲକ୍ଷ୍ମୀପ୍ରସାଦ ଜିପିର ସି.ଆର.ପି. ସଭ୍ୟାବୃନ୍ଦ, ଜନସାଧାରଣ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାରେ ଯୋଗଦେଇ ପୀଠ ପରିକ୍ରମା କରିଥିଲେ । ଶ୍ରୀ ଗୁଣ୍ଡିଚା କୀର୍ତ୍ତନ୍ୟ ମଣ୍ଡଳୀ, ଜଗତି, କୃଷ୍ଣଗୁରୁ କୀର୍ତ୍ତନ୍ୟ ମଣ୍ଡଳୀ ଓ ନମଗୁରୁଦଳ ଲକ୍ଷ୍ମୀପ୍ରସାଦ ବାଦ୍ୟ, ଘଣ୍ଟ ବଜାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କୁ ଏହି ପବିତ୍ର ପୀଠର ମାଟି ଓ ପାଣି ହସ୍ତାନ୍ତର କରିଥିଲେ । ଏହି ଅବସରରେ ଗନ୍ଧରାଡି ମନ୍ଦିର ପାଖରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମଂଚାସୀନ ସମସ୍ତ ଅତିଥି ବୃନ୍ଦ ଏହି କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବି.ଡି.ଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ର କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ବୌଦ୍ଧ ର କର୍ମଚାରୀ ମଣ୍ଟୁ ପାଣ୍ଡେ, ଯୁଧିଷ୍ଠିର ପ୍ରଧାନୀ, ଅକ୍ଷୟ ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଡି.ଆଇ.ପି.ଆର.ଓ. ସୁଶ୍ରୀ ସିଂହ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପବିତ୍ର ପୀଠର ମାଟି ଓ ପାଣି ସ୍ୱତନ୍ତ୍ର ଯାନ ଯୋଗେ ଭୁବନେଶ୍ୱରକୁ ଅକ୍ଟୋବର ୨ (ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ) ଅବସରରେ ବୃକ୍ଷରୋପଣ ପାଇଁ ପଠା ଯାଇଥିଲା ।

hiranchal ad1
Leave A Reply

Your email address will not be published.

11 − 5 =