ସଖୀ ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

0 111

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ “ସଖୀ’ ୱାନ୍‌ ଷ୍ଟପ୍‌ ସେଣ୍ଟର ପକ୍ଷରୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ସଖୀ’ ୱାନ୍‌ ଷ୍ଟପ୍‌ ସେଣ୍ଟର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୁରକ୍ଷା ଅଧିକାରୀ କେ.ସୁନିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନ ଦିବସ ଉପରେ ଆଲୋଚନା କରିଥିଲେ । କିଶୋରୀ ବାଳିକା ମାନଙ୍କର ଅଦ୍ୱିକା ବିଷୟରେ ସମ୍ପୃକ୍ତ ଭାବରେ ଆଲୋଚନା କରିଥିଲେ ।
“ସଖୀ”ୱାନ୍‌ ଷ୍ଟପ୍‌ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ନାୟକ ବର୍ତ୍ତମାନର ସମୟ “ଆମ ଅଧିକାର ଆମର ସମୟ’ ସମ୍ପର୍କରେ ବର୍ଣ୍ଣନା କରିବା ସହ ବାଲ୍ୟବିବାହ, କନ୍ୟାଭୃଣ ହତ୍ୟା ବିଷୟରେ ଉପସ୍ଥିତ ବାଳିକାମାନଙ୍କୁ ବୁଝାଇଥିଲେ ।
ଅନିତା ମିଶ୍ର ବାଳିକା ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ଆଇନଗତ ଅଧିକାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସ୍‌.କିରଣ, ଶିକ୍ଷୟତ୍ରୀ ପ୍ରଶାଦିନୀ ବେବର୍ତ୍ତା ଓ “ସଖୀ’ୱାନ୍‌ ଷ୍ଟପ୍‌ ସେଣ୍ଟରର ସୁନିତା ରଥ , ନିରୁପମା ଜେନା, ପି.ପୁଷ୍ପାଲତା, ଦିବ୍ୟ କୁମାର ସୁଆରଙ୍କ ସମେତ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଉପସ୍ଥିତ ଥିଲେ ।
ଶେଷରେ ମଧୁସ୍ମିତା ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ନିକଟରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eighteen − 15 =