ଅଜଣା ରୋଗରେ ପୀଡିତ ଧନୁ ଭୁଏ
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ପାଇଁ ଦାବି

0 66

ଖପ୍ରାଖୋଲ,୧୩/୧୦- ଅଜଣା ରୋଗରେ ପୀଡିତ ଧନୁ ଭୁଏ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ କଲୋନୀପଡ଼ାରେ ସରକାର ଯୋଗାଇ ଦେଉଥିବା ଜାଗାରେ ଘର କରି ରହୁଛନ୍ତି ଧନୁ ଭୁଏ(୪୫), ତାଙ୍କ ସ୍ତ୍ରୀ ଭାନୁମତୀ ଭୁଏ ଓ ଝିଅ ତପସ୍ୱିନୀ ଭୁଏ (୧୬) । ବର୍ତ୍ତମାନ ଧନୁ ଅଜଣା ରୋଗରେ ପୀଡିତ ଥିବା ଯୋଗୁଁ ପରିବାର ଚଳିବାପାଇଁ କଷ୍ଟକର ହୋଇପଡିଛି । ଧନୁଙ୍କର ଅଣ୍ଟାରୁ ତଳକୁ ଅଚଳ ହୋଇପଡିଛି । ତାଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କ ପାଦ ଓ ଗୋଡ ଫୁଲିବାକୁ ଲାଗିଲା । ଔଷଧ ସେବନ ପରେ କିଛି ଦିନ ଭଲ ହେଉଥିଲା ପୁଣି ଆରମ୍ଭ ହୋଇଥିଲା । ତାଙ୍କର ଶକ୍ତି ମୁତାବକ ଟଙ୍କା ଖର୍ଚ୍ଚ କରି ଡାକ୍ତର ଦେଖାଇ ଥିଲେ ହେଲେ ରୋଗ ଭଲ ହେଲା ନାହିଁ । ଧିରେ ଧିରେ ଗୋଡ଼ ଅଣ୍ଟା ଅଚଳ ହେଲା । ବଡ଼ ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇବାକୁ ତାଙ୍କ ପାଖରେ ଅର୍ଥ ସମ୍ବଳ ନାହିଁ ।ସେଥିପାଇଁ ଦୁଃଖ କଷ୍ଟ ସହି ଆଜକୁ ୯ ମାସ ହେଲା ରୋଗରେ ଆକ୍ରାନ୍ତ ହୋଇ ଭଗବାନଙ୍କ ଭରସାରେ ଖଟରେ ପଡିଛନ୍ତି । ସରକାରଙ୍କ ତରଫରୁ କିଛି ଆର୍ଥିକ ସାହାଯ୍ୟ ପାଇଲେ ସ୍ୱାମୀଙ୍କୁ ବଡ଼ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇ ପାରନ୍ତି ବୋଲି ଧନୁଙ୍କ ସ୍ତ୍ରୀ ଭାନୁମତୀ କହିଛନ୍ତି । ସରକାର ଏହି ଗରିବ ପରିବାରକୁ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

fourteen − six =