ଏସଓଜିର ଦମଦାର ବିଜୟ, ପ୍ରେସ ଇଲେଭେନ ପରାସ୍ତ

0 230

ଫୁଲବାଣୀ: ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି ଉେଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଟୋଣ୍ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ବେଳେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ଇଲେଭେନ ଓ ପ୍ରେସ ଇଲେଭେନ ମଧ୍ୟରେ ଏସଓଜି ଇଲେଭେନ ୧୦ ଉଇକେଟରେ ଅର୍ଥାତ କୌଣସି ଉଇକେଟ ନ ହରାଇ ମାତ୍ର ୬ ଓଭର ଦୁଇଟି ବଲରେ ଯିତିି ସେମି ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚ ପ୍ରେସ ଇଲେଭେନ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୮ ଓଭରରେ ୧୧୭ ରନ ସଂଗ୍ରହ କରିଥିବା ବେଳେ ଏସଓଜି ଇଲେଭେନ କୌଣସି ଉଇକେଟ ନ ହରାଇ ୧୧୮ ରନ କରି ବିଜୟୀ ହୋଇଥିଲା । ଏସଓଜି ଦଳର ବିକାଶ ୩୧ ରନ କରିଥିବା ବେଳେ ମଣ୍ଟୁ ୮୨ ରନ କରି ମ୍ୟାନ ଅଫ ଦ ମ୍ୟାଚ ରୂପେ ଘୋଷିତ ହୋଇଥିଲେ । ସେହିପରି ପ୍ରେସ ଇଲେ ଭେନର ରୁପେଶ ୨୧ ବଲରେ ୨୯ ରନ କରିଥିବା ବେଳେ ରାମ ୧୪ ବଲରେ ୨୨, ଅମିୟ କୁମାର ୧୩ ବଲରେ ୦୪ ରନ,ବିଭୂତି ୫ ବଲରେ ୧୨ ରନ, ଶ୍ରୀକାନ୍ତ ନନ୍ଦ ଡକ ଆଉଟ , ଅଜୟ ୧୪ ବଲରେ ୧୭ ରନ, ଟୁକୁ ୫ ବଲରେ ୩ ରନ, କାର୍ଜୀ ୩ ବଲରେ ୨ ରନ,ବାଳ କୃଷ୍ଣ ଚର୍ଚ୍ଚ ଼ି୪ ବଲରେ ୨ ରନ, ଶିବ ୧୩ ବଲରେ ୮ ରନ ସୁଧୀର ଅପରାଜିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରିଜର୍ଭ ଇନସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ସରୋଜ କୁମାର ବେହେରାଙ୍କ ଆଗ୍ରହ ଓ ଉଦ୍ୟମରେ ଏହି ମ୍ୟାଚ ଆୟୋଜନ କରାଯାଇଛି । ଏଥିରେ ପୋଲିସ ସଂଘର ସକ୍ରୀୟ ସହଯୋଗ ରହିଛି । ଚମ୍ପିୟାନ ଦଳ ଓ ରନର୍ସ ଦଳକୁ ଆର୍ଥିକ ପୁରସ୍କାର ସହ ଟ୍ରଫି ଦେବାର ବ୍ୟବସ୍ଥା ରହିଛି ।

hiranchal ad1
Leave A Reply

Your email address will not be published.

eleven − 8 =