ଗାଁ କୁ ନାହିଁ ରାସ୍ତା,ଯାଇପାରିଲାନି ଆମ୍ବୁଲାନ୍ସ , ଖଟିଆରେ ୩ କିଲୋମିଟର ବୁହାହେଲେ ରୋଗୀ

0 193

ଦଶପଲ୍ଲା,୨୬/୧୦ : – ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ବହୁ କଷ୍ଟରେ ଉକ୍ତ ପଞ୍ଚାୟତ ଅଧୀନ କୋଶଳାଙ୍ଗ ଗ୍ରାମର ଫକୀର ପ୍ରଧାନଙ୍କୁ ଏକ ଖଟରେ ବାନ୍ଧି ଡାକ୍ତରଖାନା ନିଆଯାଇଥିଲା ।

hiring

ଗାଁ ଲୋକଙ୍କ ସହାୟତାରେ ଖଟିଆରେ ଫକୀରଙ୍କୁ ଶୁଆଇ ଜିଗିନିପଡା ଗୋଡିସାହି ପର୍ଯ୍ୟନ୍ତ ୩ କିଲୋମିଟର ରାସ୍ତା ଅଣାଯାଇଥିଲା । ସେଠାରୁ ଆମ୍ବୁଲାନ୍ସରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ଫକୀରଙ୍କୁ ମୃତ ଘୋଷଣା କରିଥିଲେ । ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବାରୁ ଫକୀରଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ବିଳମ୍ବ ହେବାରୁ ଏପରି ଦୁଃଖଦ ଘଟଣା ଘଟିଲା ବୋଲି ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ , ଆଜି ଫକୀର ( ୩୮ ) ହଠାତ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲେ । ହେଲେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚି ପାରିନଥିଲା ।

hiranchal ad1
Leave A Reply

Your email address will not be published.

fourteen + twenty =