ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

0 86

ପୁରୀ : ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା । ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଗତକାଲି ସୂର୍ଯ୍ୟପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ,ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା କୁହାଯାଇଛି । ସୁର୍ଯ୍ୟ ପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧ ବିଶ୍ୱାସ ଏବଂ ବ୍ରାହ୍ମଣ, ଜ୍ୟୋତିଷ ମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ହେତୁବାଦି ସଙ୍ଗଠନ କହିଥିଲା । ସେହିପରି ଚିକେନ ବିରୀୟନି ପରାଗ ସମୟରେ ନିଜେ ଖାଇବା ସହ ଅନ୍ୟ ଲୋକଙ୍କୁ ବାଣ୍ଟି ଥିଲେ । ହିନ୍ଦୁ ଧର୍ମକୁ ନେଇ କୋଟି କୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁ ବାଦି ସଙ୍ଗଠନ ଯେଭଳି ଏହାକୁ ଅପମାନ କରିଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ କୁଠାରଘାତ୍‌ ଓ ମର୍ମାହତ କରିଛି । ତେଣୁ ତୁରନ୍ତ ପୋଲିସ ହେତୁବାଦି ସମାଜ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ ।

hiranchal ad1
Leave A Reply

Your email address will not be published.

10 − three =