ପୁରୀ : ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି ମହା ପଂଚୁକ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ, ଶାନ୍ତିଶୃଙ୍ଖଳା ରକ୍ଷା, ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୬ ପ୍ଲାଟୁନ ଫୋର୍ସ ଏବଂ ୩୦୦ ଗୃହରଖିଙ୍କ ସମେତ ୧୦୦ଜନ ଅଫିସର ଡ୍ୟୁଟିରେ ନିୟୋଜିତ ହେବେ । ୮ଜଣ ଡିଏସପ ଏବଂ ୩ଜଣ ଅତିରିକ୍ତ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରିତ ହେବ ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ଜଣାଇଛନ୍ତି ।