ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

0 86

ନନ୍ଦାହାଣ୍ଡି : ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଭାଗୃହ ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକର କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ରାଲି ବ୍ଲକ ପରିସରରୁ ବାହାରି ଡଙ୍ଗରଭେଜା ପଞ୍ଚାୟତ ପରିକ୍ରମା କରିଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଗତ ୩୧/୧୦ ଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ମୁଖ୍ୟ ଅତିଥି ଭାବେ ଦୁର୍ନୀତି ନିବାରଣ ବିଭାଗର ଡିଏସିପି କଳାବତୀ ବାଗ କହିଛନ୍ତି । ଏହି ଅବସରରେ ଗତ ୧ ତାରିଖ ଦିନ ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ନୋଡାଲ ସରକାରୀ ସଦାଶିବ ଉଚ୍ଚ ବିଦ୍ୟାଳୟଠାରେ ଏକ ବିକାଶୀତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତର ଏକ ପ୍ରବନ୍ଧ ପାଇଁ ନବମ, ଦଶମ ଓ ଏକାଦଶ ଶ୍ରେଣୀ ନିମନ୍ତେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା । ଯେଉଁଥିରେ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ କାମାକ୍ଷୀ ହରିଜନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଟ୍ରାଗୁଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସନ୍ତୋଷୀ ମାଝୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ନିସନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଅରୁଣ କୁମାର ଅମନାତ୍ୟ ତୃତୀୟ ସ୍ଥାନ ଅଧିକାର କରି ଆଜି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର, ମଙ୍ଗଳ ବିଭାଗ ଅଧିକାରୀ ପ୍ରୀୟଚାନ୍ଦ ମଲ୍ଲିକ, ସୂର୍ଯ୍ୟ ପ୍ରକାଶ, ଅଜିତ ପାଢ଼ୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବ୍ଲକର ଜିପିଇଓ ମଜେଶ ଫେଡ୍ରିକ ନାଗ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 10 =