ଲକ୍ଷେ୍ନø : ଏଣିକି ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍ରେ ପହଞ୍ଚିବେ । ସେହିପରି ସ୍କୁଲ୍ ଛୁଟି ହେବାର ୩୦ ମିନିଟ୍ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଘରକୁ ଫେରିବେ । ସରକାରୀ ସ୍କୁଲ୍ଗୁଡିକ ପାଇଁ ଜାରି ହୋଇଛି ଏହି ନିୟମ । ଉତ୍ତର ପ୍ରଦେଶରେ ଲାଗୁ ହୋଇଛି ଏହି ନିୟମ । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ଜାରି ହୋଇଛି ନିର୍ଦ୍ଦେଶନାମା । ରାଜ୍ୟରେ ସରକାରୀ ସ୍କୁଲ୍ଗୁଡିକର ସୁପରିଚାଳନା ତଥା ଉନ୍ନତମାନର ଶିକ୍ଷାଦାନ ପାଇଁ ଯୋଗୀ ସରକାର ଏମିତି ଆହୁରି କିଛି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ୍ର ସବୁ ରେକର୍ଡ ଓ ରେଜିଷ୍ଟରକୁ ଅପ୍ଡେଟ୍ ରଖିବା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ କୁହାଯାଇଛି । ପ୍ରତ୍ୟେକ ଦିନ ଲେସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ପାଠପଢା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ରାଲି,ପ୍ରଭାତ ଫେରି ଓ ସେମିନାର ଆଦି ଆୟୋଜନ କରିପାରିବେ ନାହିଁ । ସେହିପରି ବର୍ଷରେ ନିଶ୍ଚିତ ଭାବେ ୨୪୦ ଦିନ ପାଠପଢା ହେବ । ଏହା ବାଧ୍ୟତାମୂଳକ । ପାଠପଢା ସମୟ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଅନ୍ୟାନ୍ୟ ସ୍କୁଲ୍ କାର୍ଯ୍ୟ କରିପାରିବେ । ପଢା ସମୟରେ ସେମାନେ ବ୍ୟାଙ୍କ କାମରେ ବା ସ୍କୁଲ୍ର ଅନ୍ୟ କୌଣସି କାମରେ ବାହାରକୁ ଯାଇପାରିବେ ନାହିଁ । ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ସପ୍ତାହରେ ଅତିକମ୍ରେ ଥରେ ବୈଠକ କରିବାକୁ କୁହାଯାଇଛି ।