ଭୋପାଳ: ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ । ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି । ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ଆହତଙ୍କୁ ଚିକିିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତି ଲାଗି ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ତେଲେଙ୍ଗାନାରେ ମଧ୍ୟ ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ସଙ୍ଗାରେଡି ଓ ବିକାରାବାଦ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।