କୁକୁର କାମୁଡା ମାମଲାରେ ଏଭଳି ରାୟ ଦେଲେ କୋର୍ଟ

0 76

ଗୁରୁଗ୍ରାମ: କୁକୁର କାମୁଡାର ଶିକାର ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ଏ ସମ୍ପର୍କରେ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡାରେ ଶିକାର ହୋଇଥିବା ସମ୍ପୃକ୍ତ ମହିଳାଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ଗୁରୁଗ୍ରାମ ମ୍ୟୁନିପାଲିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ କହିଛନ୍ତି ଯଦି ମ୍ୟୁନିସିପାଲିଟି ଚାହିଁଲେ ଏହି ଅର୍ଥ କୁକୁର ମାଲିକଠାରୁ ଆଦାୟ କରିପାରିବ । ଗତ ଅଗଷ୍ଟ ମାସରେ ଏକ ଘରୋଇ ପୋଷା କୁକୁର କାମୁଡାରେ ଗୁରୁତର ହୋଇଥିଲେ ମହିଳା । ପୀଡିତା ମୁନି ଜଣେ ଘରୋଇ ସାହାୟିକା ଭାବେ କାର୍ଯ୍ୟ କରନ୍ତି । ଗତ ଅଗଷ୍ଟ ୧୧ତାରିଖରେ ମୁନି କାମ କରିବାକୁ ଯାଉଥିବାବେଳେ ବିନିତ ଚିକାରା ନାମକ ଜଣେ ବ୍ୟକ୍ତିଙ୍କ କୁକୁର ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁଗ୍ରାମର ସିଭିଲ ହସ୍ପିଟାଲରୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଥିଲା । ସିଭିଲ୍‌ ଲାଇନ୍‌ ପୋଲିସ୍‌ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏତଲାରେ କୁକୁରଟି ‘ପିଟିବୁଲ୍‌’ ପ୍ରଜାତି ବୋଲି ଉଲ୍ଲେଖ କରାଯାଇଥିଲା । ପରେ ମାଲିକ ଜଣାଇଥିଲେ ଯେ ଏହି ପ୍ରଜାତି ହେଉଛି ‘ଡୋଗୋ ଆର୍ଜଣ୍ଟିନୋ’ । ସେହିପରି କୁକୁରକୁ ନିଜ ହେପାଜତକୁ ନେବା ସହ କୁକୁର ମାଲିକ ଲାଇସେନ୍ସ ବାତିଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five − 3 =