ଆସନ୍ତାକାଲି ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟ :
୭୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ଦେବେ ମୋଦୀ

0 60

ନୂଆଦିଲ୍ଲୀ: ଦେଶରେ ଯୁବ ବର୍ଗଙ୍କୁ ରୋଜଗାର ଦେବା ଅଭିଯାନ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂତନ ଚାକିରି ପାଉଥିବା ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୮ ମାସ ଭିତରେ କେନ୍ଦ୍ରୀୟ ବିଭାଗଗୁଡିକରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣ କରିଥିଲେ । କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ସ୍କିମ ଆଧାରରେ ଏହି ନିଯୁକ୍ତି ପତ୍ର ଦିଆଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ,ରୋଜଗାର ମେଳା ଜରିଆରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ରୋଜଗାର ମେଳା ସ୍କିମ ଆଧାରରେ ଅଧ୍ୟାପକ,ପ୍ରଧ୍ୟାପକ,ନର୍ସିଂ ଅଫିସର, ନର୍ସ,ଡାକ୍ତର,ରେଡିଓଗ୍ରାଫର୍ସ, ଫାର୍ମାସିଷ୍ଟମ ଏବଂ ଅନ୍ୟ ବୈଷେୟିକ ଏବଂ ପାରା ମେଡିକାଲ୍ର ୭୧ ହଜାର ପଦରେ ନିଯୁକ୍ତି ଦିଆଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅର୍ଦ୍ଧ ସୈନିକ ବଳରେ ବଡ ସଂଖ୍ୟାରେ ନିଯୁକ୍ତି ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ୍‌ ଲଞ୍ଚ୍‌ କରିବେ । ଏହା ଅନଲାଇନ୍‌ ଓରିଏନଟେସନ କୋର୍ସ ହେବ, ଯାହାରି ଆଧାରରେ କେନ୍ଦ୍ର ସରକାର ସମସ୍ତ ବିଭାଗରେ ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ଏହି ମୋଡ୍ୟୁଲ୍‌ ଜରିଆରେ କର୍ମଚାରୀଙ୍କୁ କୋଡ୍‌ ଅଫ କଣ୍ଡକ୍ଟ ଏବଂ ୱାର୍କପ୍ଲେସ୍‌ ଏଥିକ୍ସ ବିଷୟରେ ସୂଚନା ଦିଆଯିବ । ସରକାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ବାଦ୍‌ ଦେଇ ସମଗ୍ର ଦେଶରେ ୪୫ଟି ସ୍ଥାନରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଗତ ଅକ୍ଟୋବର ୨୨ରେ ରୋଜଗାର ମେଳାରେ ଶୁଭାରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =