ସାଧୁସନ୍ଥଙ୍କ ଦ୍ୱାରା ସମାଜସେବୀ ଶ୍ରୀହରି ନାୟକ ସମ୍ମାନିତ

0 236

ଦଶପଲ୍ଲା: ପବିତ୍ର ପୂଣ୍ୟତୋୟା ମହାନଦୀ କୂଳ, ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ପାଦଦେଶରେ ଅବସ୍ଥିତ ମା କଳାପାଟଙ୍କ ପୀଠରେ, ବାବା ରାମଦାସଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ, ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ ଓ ସାଧୁସନ୍ଥ ସମ୍ମିଳନୀ ଅବସରରେ, ସାଧୁସନ୍ଥ ସମାଜ ତରଫରୁ, ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ ଓ ତାଙ୍କ ଧର୍ମପତ୍ନୀ ସବିତା ନାୟକଙ୍କୁ ସାଧୁସନ୍ଥ ମାନେ ସମ୍ମାନିତ କରିଛନ୍ତି । ଆଜି ଏହି ପୂଣ୍ୟ ଅବସରରେ ଶ୍ରୀ ନାୟକ ମା କଳାପାଙ୍କ ପୀଠରେ ପହଞ୍ଚିବା ପରେ ସାଧୁସନ୍ଥ ମାନେ ଶ୍ରୀ ନାୟକଙ୍କୁ ହରିନାମ ସଂକିର୍ତ୍ତନ ତାଳେ ତାଳେ ସମାଦରରେ ପାଛୋଟି ନେଇଥିଲେ । ସାଧୁସନ୍ଥ କୁଟିରରେ ଉପସ୍ଥିତ ଥିବା ଶହଶହ ସାଧୁସନ୍ଥଙ୍କ ଉପସ୍ଥିତିରେ ଶ୍ରୀ ନାୟକ ଓ ତାଙ୍କ ଧର୍ମପତ୍ନୀ ସବିତା ନାୟକଙ୍କୁ “ଧର୍ମରକ୍ଷକ ଦମ୍ପତ୍ତି’ ସମ୍ମାନରେ ସମ୍ମାନିତ କରି ଶୁଭାଶିର୍ବାଦ ପ୍ରଦାନ କରିଥିଲେ । ପ୍ରକାଶଥାଉକି ଶ୍ରୀ ନାୟକ ଦଶପଲ୍ଲା ଅଂଚଳ ସମେତ, ବୈଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶତାଧିକ ମଠ,ମନ୍ଦିର, ଭାଗବତ ଟୁଂଗୀର ନବନିର୍ମାଣ କରିବା ସଂଗେ ସଂଗେ ପୁନରୁଦ୍ଧାର କରିବା ସହିତ ବିଭିନ୍ନ ଧର୍ମାନୁଷ୍ଠାନର ପୃଷ୍ଠପୋଷକତା କରି ଜଣେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି । ଆଜିର ଏହି ପବିତ୍ର ଅବସରରେ ଏଭଳି ଜଣେ ଧର୍ମପରାୟଣ, ଭଗବତ୍‌ ପ୍ରେମୀ ଦମ୍ପତ୍ତିଙ୍କୁ ସମ୍ମାନିତ ଓ ଆଶିର୍ବାଦ କରି ସାଧୁସନ୍ଥ ସମାଜ ଜଣେ ସନାତନୀ, ବିଭୁପ୍ରେମୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିଛୁ ବୋଲି ଲଳିତ ଦାସ୍‌ ମହାରାଜ ଜୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =