ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟଙ୍କ ବୌଦ୍ଧ ଜିଲ୍ଲା ଗସ୍ତ, କୃଷକଙ୍କ ସହ କଲେ ଆଲୋଚନା

0 55

ବୌଦ୍ଧ : ଭାରତରେ କୃଷମାନଙ୍କ ଉନ୍ନତି ହେଲେ ହିଁ ରାଷ୍ଟ୍ରର ବିକାଶ ହୋଇପାରିବ । ଆଜି ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସାହୁ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୃଷକ ସଂଗଠକ ମାନଙ୍କ ସହିତ ଆଲୋଚନା କରିଥିଲେ । ବୁଦ୍ଧିଜୀବୀ ଫୋରମ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇ କୃଷକମାନଙ୍କର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ସମ୍ପର୍କରେ ପ୍ରସ୍ତାବ ରଖିଥିଲେ । ଏଥିରେ କିଷାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର, କୃଷକ ନେତା ଜୀବନ ଶତପଥି, ଗୋ ସୁରକ୍ଷା ସମିତିର ମୁଖ୍ୟ କୃତିବାସ ପଲିଆ, ପ୍ରଦ୍ୟୁମ୍ନ ପାଢ଼ୀ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ସଞ୍ଜୟ ଶଙ୍କର ପୁରୋହିତ, ଦେବାଶିଷ ପୁରୋହିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ଜାନୁଆରୀ ମାସରେ ଶହେଜଣ ଯୁବ ଚାଷୀଙ୍କୁ ନେଇ ଏକ ତାଲିମ୍‌ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

nineteen − six =