ସାନମସିଗାଁ ସ୍ୱାସ୍ଥ୍ୟ କର୍ମୀଙ୍କ ଦାବିପତ୍ର ପ୍ରଦାନ

0 84

ନବରଙ୍ଗପୁର: ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୫ଦଫା ଦାବି ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ପ୍ରଭାକର ଦାଶଙ୍କୁ ପ୍ରଦାନ କରାଯାଇଥିଲା । ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ, ୨୦୨୦ ନଭେମ୍ବର ୩ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ପ୍ରତ୍ୟାହାର, ଠିକା କର୍ମଚାରୀଙ୍କୁ ନିୟମିତ କରିବା, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ବାର୍ଷିକ ୫ହାଜର ଟଙ୍କା ପ୍ରଦାନ ଆଦି ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଯଦି ଏହିସବୁ ଦାବି ପୂରଣ ନହେଲେ ଆସନ୍ତା ଡ଼ିସେମ୍ବର ୧୪ ତାରିଖରେ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ସତ୍ତେ୍ୱ ବି ଆସନ୍ତା ୨୧ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ , ତେବେ ଆସନ୍ତା ମାସ ୨୨ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ସଭାପତି ସୌଦାମିନୀ ପଣ୍ଡା, ଉପସଭାପତି ଶକୁନ୍ତଳା ନନ୍ଦ, ସମ୍ପାଦକ ପ୍ରମୋଦ ନନ୍ଦ, କୋଷାଧ୍ୟକ୍ଷ ଶୈଳବାଳା ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one + twelve =