ଏବିଭିପିର ଭବାନୀପାଟଣା ନଗର ସମ୍ମିଳନୀ ଅନୁଷ୍ଠିତ ଓ ନୂତନ କାର୍ଯ୍ୟକାରିଣୀ ଘୋଷଣା

0 103

ଭବାନୀପାଟଣା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଭବାନୀପାଟଣା ନଗର ସମ୍ମିଳନୀ ଅନୁଷ୍ଠିତ ହେବା ସହିତ ନଗରର ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା ହୋଇଛି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ କୋଷାଧ୍ୟକ୍ଷ ଅଶୋକ ସିଂ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମହାବିଦ୍ୟାଳୟ ପ୍ରମୁଖ ଧୀରେନ୍ଦ୍ର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ବୈଠକରେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଥିଲା । ଭବାନୀପାଟଣା ନୂତନ ନଗର ସମ୍ପାଦକ ଭାବେ ପଞ୍ଚାନନ ଦୁର୍ଗା, ନଗରର ଉପସଭାପତି ଭାବେ ଜିତେନ୍ଦ୍ର ବାଗ ଓ ପିଣ୍ଟୁ ସ୍ୱାଇଁ, ନଗରର ସହ ସମ୍ପାଦକ ଭାବେ କ୍ଷୀରୋଦ ନାଏକ ଓ ଦୀୟା ବାଗ,ପାଠ୍ୟ ଚକ୍ର ପ୍ରମୁଖ ଜ୍ୟୋତିଷ ନାଏକ, ଘନଶ୍ୟାମ ନାଏକଙ୍କୁ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ, ପରିବେଶ ପ୍ରମୁଖ ଭାବେ ତୁମନ ମେହେର ଓ କ୍ରୀଡ଼ା ପ୍ରମୁଖ ଭାବେ ରଶ୍ମି ରଞ୍ଜନ ଭାଟି ଓ ସେବା ପ୍ରମୁଖ ଭାବେ ଦୀପ୍ତି ଶବର ମନୋନୀତ ହୋଇଥିଲେ । ଆଗାମୀ ଦିନରେ ଏବିଭିପିର କାର୍ଯ୍ୟ ବିସ୍ତାର କରିବା ସହିତ ବିଦ୍ୟାର୍ଥୀମାନଙ୍କୁ ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ଭାଗ ନେବା ପାଇଁ ରାଜ୍ୟ ସହ କୋଷାଧ୍ୟକ୍ଷ ଅଶୋକ ସିଂ ନିଜର ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

12 + eleven =