ମଣ୍ଡି ଖୋଲୁନି, ଶାଗ ମାଛ ଦରରେ ଆନ୍ଧ୍ର ବେପାରୀକୁ ଧାନ ବିକୁଛନ୍ତି ଚାଷୀ

0 36

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକରେ ଧାନ ଚାଷ ହୋଇଥାଏ । ଗୋଶାଣୀ, ଗୁମ୍ମା ଓ କାଶୀ ନଗରରେ ବର୍ତ୍ତମାନ ଚାଷୀ ଧାନ ଅମଳ କରି ସାରିଲାଣି କିନ୍ତୁ ଗଜପତି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମଣ୍ଡି ନ ଖୋଲିବାରୁ ଚଳିତ ବର୍ଷ ଉତ୍ପାଦିତ ଧାନ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ୮୩ କେଜିକୁ ୧୧୫୦ ଦରରେ ବିକ୍ରି କରିଦେଉଛନ୍ତି । ଆଗକୁ ପର୍ବ ପର୍ବାଣୀ ଥିବାରୁ ଚାଷୀ ବାଧ୍ୟ ହୋଇ ଧାନ ବିକ୍ରି କରୁଛନ୍ତି । କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭାଗ ଚାଷୀ କରଜ କରି ଆଣିଥିବାରୁ ଋଣ ସୁଝିବା ସକାଶେ ଧାନ ବିକ୍ରି ମଧ୍ୟ କରୁଛନ୍ତି । ଏପଟେ ଚାଷୀର ଧାନ ମଣ୍ଡିକୁ ଯାଇ ପାରିନାହିଁ । ଏପଟେ ଚଳିତ ମାସ ସୁଦ୍ଧା ମଣ୍ଡି ଖୋଲିବାର ବ୍ୟବସ୍ଥା ରହିଛି । ଚାଷୀ ସମବାୟ ସମିତି ଦ୍ୱାରା ଧାନ ବିକ୍ରି କରିବା ଆଶାରେ ଅପେକ୍ଷା କରି ବସିଛି । ପଞ୍ଜିକୃତ ଚାଷୀର ଏବେ ପର୍ଯ୍ୟନ୍ତ ମେସେଜ ଆସି ନାହିଁ । ଧାନ କେବେ ବିକ୍ରି କରିବେ ସେମାନେ ଚିନ୍ତାରେ ରହିଛନ୍ତି । ଗତବର୍ଷ ବେରଙ୍ଗୀ ଧାନ କହି ମିଲର ମାନେ ୫ ରୁ ୧୦ କେଜି କାଟି ଥିବା ବେଳେ ଚଳିତ ବର୍ଷ ଏହିଭଳି ପୁନରାବୃତ୍ତି ନ ହେବା ପାଇଁ କୃଷକ ସଙ୍ଗଠନ ପକ୍ଷରୁ ଜଣାପଡିଛି । ଚଳିତ ବର୍ଷ ଏହିଭଳି କଟନୀ ଛଟନୀ ନାରେ ଚାଷୀଙ୍କ ଧାନ ନ କାଟିବାକୁ ଚାଷି କୂଳ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + nineteen =