ଭବାନୀପାଟଣାରେ ଦ୍ୱିତୀୟ ପ୍ରଶାସନିକ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

0 56

ଭବାନୀପାଟଣା: ଆଜି ସ୍ଥାନୀୟ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କ୍ରୀଡା ପଡ଼ିଆରେ ଦ୍ୱିତୀୟ ପ୍ରଶାସନିକ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ ତଥା ଉତ୍କଳ ଆଲୁମିନା ଟିକିରିର ପ୍ରଯୋଜନା ତଥା ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ଦୌରା ଜଜ୍‌ ଦୀପ୍ତି ରଞ୍ଜନ କାନୁନଗୋ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଡେପୁଟି ସିଇଓ, ବେଦାନ୍ତ ଜି ଜି ପଲ୍‌, ସି ଡ଼ି ଓ ଜିଲ୍ଲା ପରିଷଦ ସଚିନ ପାୱାର, କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ସିଆର୍‌ପି ଏଫ୍‌ କମାଣ୍ଡଣ୍ଟ ଅମର ସିଂ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।
ସରକାରୀ କର୍ମଚାରୀମାନଙ୍କୁ ଉତ୍ସାହିତ, କାର୍ଯ୍ୟାଳୟ ଚାପକୁ ସାମନା ଓ ନୂତନ ବର୍ଷରେ ନୁଆ ଉତ୍ସାହ ବଢାଇବା ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ତିନୋଟି ପଡିଆ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ବିକାଶ ଶିକ୍ଷାନୁଷ୍ଠାନ ଓ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ହେଉଛି । ଟୁର୍ଣ୍ଣର୍ାମେଣ୍ଟରେ ମୋଟ ୨୫ ଟି ଦଳ ସ୍ୱାସ୍ଥ୍ୟ ଟିମ୍‌, ଭବାନୀପାଟଣା ବ୍ଲକ, ସବ୍‌ କଲେକ୍ଟର, ଧର୍ମଗଡ ଟିମ୍‌, ଲାଞ୍ଜିଗଡ ବ୍ଲକ, ଜୁଡ଼ିସିଆଲ ଟିମ୍‌, ଅର୍ବାନ ବିଭାଗ ଟିମ୍‌, କେସିଙ୍ଗା ବ୍ଲକ, ଏସ୍‌ ପି ଏକାଦଶ, କଲମପୁର ବ୍ଲକ, ନର୍ଲା ବ୍ଲକ, ଜୁନାଗଡ ବ୍ଲକ, ଅବକାରୀ ବିଭାଗ ଟିମ୍‌, ସି ଆର୍‌ ପି ଏଫ ଟିମ୍‌, ଜିଲ୍ଲାପାଳ ଏକାଦଶ ବି, କୋକସରା ବ୍ଲକ, ଥୁଆମୂଲ ରାମପୁର ବ୍ଲକ, ଧର୍ମଗଡ଼ ବ୍ଲକ, ଆଇ ଟି ଡି ଏ ଟିମ୍‌, ଜୟପାଟଣା ବ୍ଲକ, ଗୋଲାମୁଣ୍ଡା ବ୍ଲକ, ବନ ବିଭାଗ ଟିମ୍‌, କର୍ଲାମୁଣ୍ଡା ବ୍ଲକ, ଏମ ରାମପୁର ବ୍ଲକ, ଜିଲ୍ଲାପାଳ ଏକାଦଶ ଏ , ଟି ପି ଡବ୍ଲୁ ଓ ଡି ଏଲ୍‌ ଟିମ୍‌ ଯୋଗ ଦେଇଛନ୍ତି । ଆସନ୍ତା କାଲି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଛନ୍ତି ଡି ଏସ ଓ ମହେଶ ପାଢ଼ୀ, ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ଅଂଶୁମାନ ବାବୁ, ଫ୍ରେଣ୍ଡ୍‌ କ୍ଲବ୍‌ ସଦସ୍ୟ, ନେହରୁ ଯୁବ କେନ୍ଦ୍ର ଅଧିକାରୀ ପ୍ରସନ୍ନ ମେହେର, ଡିଆଇପି ଆର୍‌ ଓ ମନୋଜ ବେହେରା, ନେହରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ, ଅମ୍ପେୟାର ସିପୁନ ପ୍ରଧାନ ଓ ଅଭିଳାଷ ମହାନ୍ତି, ଧାରା ବିବରଣୀ ଘୋଷକ ଶୁଭେନ୍ଦୁ ବିଶି ।

hiranchal ad1
Leave A Reply

Your email address will not be published.

nine + ten =