ଖ୍ରୀଷ୍ଟମାସ ଅବସରରେ ବାଲୁକା କଳା ନିର୍ମାଣ କଲେ ମାନସ କୁମାର

0 50

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଚଳିତ ଖ୍ରୀଷ୍ଟମାସ ଉପଲକ୍ଷେ ସାନ୍ତାକ୍ଲଜର ବାଲୁକା କଳା ନିର୍ମାଣ କରିଛନ୍ତି ।
ପୁରୀର ସ୍ୱର୍ଣ୍ଣଭ ବେଳାଭୂମିକୁ ସାନ୍ତାକ୍ଲଜ ବାଲୁକା କଳା ମାଧ୍ୟମରେ ଆସି ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରିବା ସହିତ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ରହୁର ବାର୍ତ୍ତା ଦେଉଥିବାର ଦୃଶ୍ୟ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ।
ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ଏଥର ବିଭିନ୍ନ ସଚେତନତା ଭିର୍ତ୍ତିକ ଆନ୍ତର୍ଜାତିକ ମାନର ବାଲୁକା କଳାମାନ କରାଯାଇଛି । ସର୍ବସାଧାରଣ ନିଶୁକ୍ଳ ଆସି ସ୍ୟାଣ୍ଡ ଆର୍ଟ ପାର୍କରେ ଥିବା ବାଲୁକା କଳାକୁ ଉପଭୋଗ କରିପାରିବେ ବୋଲି ଶିଳ୍ପୀ ମାନସ କୁମାର କହିଛନ୍ତି ।

hiranchal ad1
Leave A Reply

Your email address will not be published.

seven + eighteen =