ଗଞ୍ଜେଇ ସହ ବାଇକ୍‌ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

0 91

ଘୁ.ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଘାଟିର ପ୍ରାରମ୍ଭରେ ବଙ୍ଗଳା ନିକଟରେ ସ୍ଥାନୀୟ ଅବକାରୀ ଓଆଇସି ଭବାନୀ ଶଙ୍କର ସେଠୀଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡାଠାରୁ ଭଞ୍ଜନଗର ଯାଉଥିବା ଓଆର୍‌ ୧୯କେ ୩୬୭୯ ନମ୍ବର ଏକ ବାଇକକୁ ସନ୍ଦେହରେ ଯାଞ୍ଚ କରିବା ସମୟରେ ବାଇକ୍‌ ଚାଳକଙ୍କ ଠାରୁ ୪କେଜି ଗଞ୍ଜେଇ ଥିବା ଜଣାପଡିବା ପରେ ବାଇକ୍‌ ଚାଳକ ଦିତିକୃଷ୍ଣ ବେହେରା (୪୦) ଓ ବାଇକ୍‌ ଯାଞ୍ଚ କରିବା ସହ ଜବତ କରି କେଶ ନଂ ୧୧୧/୨୨-୨୩ ଧାରା 20 (b) ii (B)ଏନ୍‌ଡିପିଏସ ଧାରାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦଲତକୁ ଚାଲାଣ କରାଯାଇଛି । ଏହି ଯାଞ୍ଚ ବେଳେ ଅବକାରୀ ଏଏସଆଇ ରଞ୍ଜିତ କୁମାର ପଟ୍ଟନାୟକ,କନେଷ୍ଟବଳ ମଧୁସୂଦନ ବେହେରା ଏବଂ ଶଶୀଭୂଷଣ ସ୍ୱାଇଁ ଉପସ୍ଥିତ ଥୁଲେ ।

hiranchal ad1
Leave A Reply

Your email address will not be published.

8 − five =