ମନମୋହୁଛି ନୟାଗଡ଼ ମହୋତ୍ସବ

0 73

ଦଶପଲ୍ଲା : ଆରମ୍ଭ ହୋଇଯାଇଛି ନୟାଗଡ ମହୋତ୍ସବ । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନୀ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ର, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ନୟାଗଡ ଜିଲ୍ଲାପାଳ ପ୍ରମୂଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ବିକାଶ ଦେଖିବା ପାଇଁ ଅନ୍ୟ ଜିଲ୍ଲାରୁ ଲୋକମାନେ ଆସିବା ଆବଶ୍ୟକ ବୋଲି କହିଥିଲେ । ବିଶ୍ୱସ୍ତରୀୟ ବଲାଙ୍ଗୀ ପାର୍କ ଏବଂ ସହର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ । ୨୨ ବର୍ଷ ମଧ୍ୟରେ ଅନେକ ମହୋତ୍ସବ ଦେଖୁଛି, କିନ୍ତୁ ନୟାଗଡ଼ ମହୋତ୍ସବର ବାସ୍ନା ଟିକେ ଅଲଗା ବୋଲି କହିଥିଲେ ।

hiring

ପୁରୀ ସାଂସଦ ପିନାକୀ ମିଶ୍ର ତାଙ୍କ ବକ୍ତବ୍ୟରେ ନବୀନ ସରକାର ସମୟରେ ଓଡ଼ିଶା ବିକାଶ କଥା କହିବା ସହ ନୟାଗଡ଼ ବିକାଶ ପାଇଁ ବିଧାୟକଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ଭାବେ ମହୋତ୍ସବର ପୃଷ୍ଠପୋଷକ ତଥା ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ମହୋତ୍ସବ, ଆଉ ପାହାଡ଼ ମଧ୍ୟରେ ସୀମିତ ନାହିଁ, ବରଂ ଏହାର ବିକାଶ ଏବଂ ଉନ୍ନତି ପାହାଡ ଠାରୁ ଉଚ୍ଚରେ ବୋଲି ପ୍ରକାଶ କରିଥିଲେ,ସାମୁହିକ ପ୍ରଚେଷ୍ଟାରେ ନୟାଗଡ ଉନ୍ନତି ପଥରେ ଥିବାରୁ , ସେ ସମସ୍ତ ନୟାଗଡ ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ମହୋତ୍ସବର ପ୍ରଥମ ଦିନରେ ହଜାର ହଜାର ଜିଲ୍ଲାବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ଦେଖା ଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତରେ ବିମୋହିତ ହୋଇଥିଲେ ଉପସ୍ଥିତ ଅତିଥି ବୃନ୍ଦ ଓ ଦର୍ଶକ ମାନେ ।

hiranchal ad1
Leave A Reply

Your email address will not be published.

13 + 3 =