ଏବିଭିପିର ରାଜ୍ୟ ସହ ସମ୍ପାଦିକା ହେଲେ କନ୍ଧମାଳର ସଞ୍ଜନା କହଁର

0 50

ଫୁଲବାଣୀ :- ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ର ରାଜ୍ୟ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଏବିଭିପିର ରାଜ୍ୟ ସହ -ସମ୍ପାଦିକା ଭାବେ ନୂତନ ଦାୟିତ୍ୱ ଦିଆଯାଇଛି । କନ୍ଧମାଳର ଆଉ ଜଣେ ଛାତ୍ରୀ ନେତ୍ରୀ ତଅପୋଇ କହଁରଙ୍କୁ ରାଜ୍ୟ ଜନଜାତି କାର୍ଯ୍ୟର ସହ ପ୍ରମୁଖ ଦାୟିତ୍ୱ ମିଳିଥିବା ବେଳେ ଜିଲ୍ଲାର ଛାତ୍ର ନେତା ଶୁଭମ ସାହୁ ଓ ଜିତେନ୍ଦ୍ର କହଁରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ମିଳିଛି । କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କୁ ପୁନଃ ଏସଡବ୍ଲ୍ୟୁସିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ରାଜ୍ୟ ଅଧିବେଶନରେ କନ୍ଧମାଳ ଜିଲ୍ଲାର ୧୮ ଟି ମହାବିଦ୍ୟାଳୟରୁ ୩୫ ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ନୂତନ ଦାୟିତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଏବଂ ଏବିଭିପି କନ୍ଧମାଳ ଜିଲ୍ଲାର ସମସ୍ତ ଶୁଭେଚ୍ଛୁ ଓ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 13 =