ମହାବୀରଙ୍କ ମଥାଚିତା ଚୋରି

0 90

ଦଶପଲ୍ଲା : ମହାବୀର କ୍ଷେତ୍ର ବା ପ୍ରଭୂ ମହାବୀରଙ୍କ ନାମ ଶୁଣିଲେ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ଦଶପଲ୍ଲା ବେଶ୍‌ ଜଣାଶୁଣା । ଦୈନିକ ପ୍ରଭୁ ମହାବୀରଙ୍କ ଆଶିଷ ପାଇଁ ଭକ୍ତଙ୍କ ସମାଗମ ହେଉଥିବା ବଳେ ପ୍ରତିବର୍ଷ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହାରି ମଧ୍ୟରେ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ସହ ଜଡିତ ପ୍ରଭୂ ମହାବୀରଙ୍କ ରବିବାର ପୂର୍ବାହ୍ନରେ ମଥାଚିତା ଚୋରି ହୋଇଛି । କେହି ଦୁର୍ବୃତ୍ତ ଠାକୁରଙ୍କ ମସ୍ତକରୁ ଏହା ତାଡି ନେଇଛି । ଏହି ଖବର ପ୍ରଚାରିତ ହେବାପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଘଟଣାର ତଦନ୍ତ କରି ଫେରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନରେ ମନ୍ଦିର ଖୋଲା ରହିଥିବାବେଳେ ୮ଟାରୁ ସାଢେ ୮ଟା ମଧ୍ୟରେ କେହି ଦୁର୍ବୃତ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ । ପୂଜକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମସ୍ତକରୁ ଏହି ମଥାଚିତା ଚୋରି କରିବାରେ ସକ୍ଷମ ହୋଇଛି । ବଡକଥା ହେଉଛି ଗତ କିଛିମାସ ତଳେ କେହି ଦୁର୍ବୃତ୍ତ ରାତିରେ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି କରିଥିଲା । ମନ୍ଦିର ଓ ଠାକୁରଙ୍କ ସୁରକ୍ଷା ପାଇଁ ସିସି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଦାବି ହୋଇଆସୁଛି ।

hiranchal ad1
Leave A Reply

Your email address will not be published.

one × three =