ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତୃତୀୟ ରଜନୀରେ ନାଟକ “ଅଶାନ୍ତ ଚରିତ’ ମଞ୍ଚସ୍ଥ

0 115

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ଦ୍ୱାରା ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆୟୋଜିତ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ରଜନୀରେ ମୁଖ୍ୟ ଅତିଥି ଭାବରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମ୍ମାନିତ ଅତିଥି ରୂପେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ନାଟକର ନାଟ୍ୟକାର ରବି ନାରାୟଣ ବେହେରା ଓ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଦଘାଟନୀ ସଭାକୁ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଉପ ସଭାପତି ଏମ.ପୃଥିବୀରାଜ ସ୍ୱାଗତ ଭାଷଣ ଦେଇଥିଲେ । ସେହିପରି ଅମୂଲ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନାଟ୍ୟକାରଟିଏ ନାଟକ ଲେଖିବା ଆରମ୍ଭ କରେ ନାଟକରେ ବିଭିନ୍ନ ଚରିତ୍ରକୁ ନେଇ କିନ୍ତୁ ନାଟକର ସମାପ୍ତି ପୂର୍ବରୁ ସେ ଦ୍ୱନ୍ଦ୍ୱରେ ପଡ଼ିଯାଏ କେମିତ ତାର ପରିସମାପ୍ତି କରିବ । ଏ ସମୟରେ ସେ ଅଶାନ୍ତ ଚରିତ୍ର ମାନେ ନାଟକରୁ ବାହାରି ଆସି ଉପଦେଶ ଦିଅନ୍ତି ତାର ସମାପ୍ତି ପାଇଁ ଏଭଳି ଏକ ନୂତନ ଚିନ୍ତାଧାରାକୁ ନେଇ ନାଟକକୁ ରଚନା କରିଥିଲେ ନାଟ୍ୟକାର ରବି ନାରାୟଣ ବେହେରା, ନିର୍ଦ୍ଦେଶନା ଦେଇଥିଲେ ରାଜୁ ପାଢ଼ୀ । କଳାକାରଙ୍କ ସୁନ୍ଦର୍‌ ଅଭିନୟରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

fourteen − 13 =