ଘୁ ଉଦୟଗିରିରେ ତୁଷାର ପାତ,ପାରଦ ୪.୬ ଡିଗ୍ରୀ

0 64

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା । କିଛିଦିନର ବ୍ୟବଧାନ ପରେ ତାପମାତ୍ରା ହ୍ରାସ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁଖ୍ୟତଃ ଘୁ.ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଥିବା ବେଳେ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବାରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ମନରେ ଖୁସି ଦେଖାଯାଇଛି । ଯଦିଓ ତାପମାତ୍ରା ଆଜି ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି ହେଲେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ଆହୁରି ତଳେ ରହି ତଥା ମାଇନୋସ ହୋଇ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ରାଜ୍ୟର ଘୁ ଉଦୟଗିରି ଠାରେ ସର୍ବନିମ୍ନ ୪.୬ ତାପମାତ୍ରା ରହିଛି । ଓଡ଼ିଶାର ସବୁ ଜିଲ୍ଲା ଠାରୁ ଅଧିକ ଶୀତ ବା ଜାଡରେ ଥରୁଥିବ ସହର ପରିଗଣିତ ହୋଇଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

9 + two =