ବାଚସ୍ପତିଙ୍କ ଦ୍ୱାରା ସିର୍କି ଇକୋ ପାର୍କ ଉଦ୍‌ଘାଟିତ

0 41

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସିର୍କି ଗ୍ରାମ ପୂର୍ବରୁ ପ୍ରକୃତିର ଅବଦାନ ରହିଥିବା ଜଳାଶୟ (ଡ୍ୟାମ) ଯାହା ସିର୍କି ଘାଇ ନାମରେ ପରିଚିତ । ବହୁ ପୂର୍ବରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସି ଏଠାରେ ପ୍ରତିବର୍ଷ ବଣ ଭୋଜିର ଆୟୋଜନ କରିଥାନ୍ତି ଏବଂ ପ୍ରାକୃତିକ ପରିବେଶର ଭରପୁର ଆନନ୍ଦ ଅନୁଭବ କରିଥାନ୍ତି । ସେହି ସ୍ଥାନରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଘୁ.ଉଦୟଗିରି ବନାଞ୍ଚଳ, ଫୁଲବାଣୀ ବନଖଣ୍ଡ ପକ୍ଷରୁ ଏକ ସୁନ୍ଦର ଇକୋ ପାର୍କ ଯାହା ୧.୧ ହେକ୍ଟର ଜମିରେ ୧.୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଉକ୍ତ ପାର୍କର ଶୁଭ ଉଦଘାଟନ ସମାରୋହରେ ଆଜି ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଓଡ଼ିଶା, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଲୋକ ସଭା ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ,କନ୍ଧମାଳ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଯୋଗଦେଇ ଏହି ପର୍ଯ୍ୟଟନ ସ୍ଥଳୀ ସିର୍କି ଇକୋ ପାର୍କର ଶୁଭ ଉଦଘାଟନ କରିବା ସହ ସମସ୍ତ ସ୍ଥାନ ବୁଲି ଦେଖିଥିଲେ ଏବଂ ଏକ ସାଧାରଣ ସଭାରେ ମଞ୍ଚାସିନ ହୋଇ ସ୍ଥାନୀୟ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ଆଗାମୀ ଦିନରେ ପାର୍କର ଉଚିତ୍‌ ରକ୍ଷଣାବେକ୍ଷଣ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ କଟେଜ ନିର୍ମାଣ ପାଇଁ ମାନ୍ୟବର ସାଂସଦ କନ୍ଧମାଳ, ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଯାହା ଫଳରେ ଖଣି ଖଦାନ ନଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେଲେ ସାମୁହିକ ଅଞ୍ଚଳର ବିକାଶ ହୋଇପାରିବ । ଆୟୋଜିତ ସଭାରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ କରିବା ସହ ଇକୋ ପାର୍କ ନିର୍ମାଣ ସମ୍ବନ୍ଧରେ ଅବଗତ କରିଥିଲେ । ଆଜି ଦିନଠାରୁ ଠିକ୍‌ ୧ ବର୍ଷ ପୂର୍ବେ ୨୦୨୨ ମସିହା ଜାନୁଆରୀ ମାସ ୮ ତାରିଖ ଦିନ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପାର୍କ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ ଦେଇଥିଲେ । ଆଜିର ଏହି ଶୁଭ ଉଦଘାଟନ ଅବସରରେ ମଳୟ ରଞ୍ଜନ କାଲୋ , ସହକାରୀ ବନ ସଂରକ୍ଷକ, ଫୁଲବାଣୀ ବନ ଖଣ୍ଡ, ପାର୍କ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଘୁ.ଉଦୟଗିରି ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ମୀନାକ୍ଷୀ କୁମରା ତାଙ୍କ ସହଯୋଗୀ ସ୍ଥାନୀୟ ବନାଞ୍ଚଳର ବନପାଳ ପ୍ରବୀଣ ଦାସ , ଅନ୍ୟ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ, ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ । ଶେଷରେ ଏନଏ ସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

four × four =