ଧବଳେଶ୍ୱର ମହାଦେବଙ୍କ ଦାନ ହୁଣ୍ଡୀ ତାଡ଼ିନେଲେ ଦୁର୍ବୃତ୍ତ

0 34

ଘୁ.ଉଦୟଗିରି:- ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରୁ ଗତକାଲି ଅର୍ଥାତ୍‌ ଶନିବାର ସାପ୍ତାହିକ ହାଟ ଯୋଗୁଁ ସହର ଜନଗହଳି ପୁର୍ଣ୍ଣ ଥିବା ବେଳେ ଦିନ ଦ୍ୱିପ୍ରହରରେ ଧବଳେଶ୍ୱର ମହାଦେବଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ କେହି ଦୁର୍ବୃତ୍ତ ତାଡ଼ି ଚୋରୀ କରିନେଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଧବଳେଶ୍ୱର ମନ୍ଦିରରୁ ଗତକାଲି ଦିନ ୧୨ ରୁ ୩ ଟା ମଧ୍ୟରେ ଦାନ ହୁଣ୍ଡି ତାଡ଼ି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଘଟଣା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ସଞ୍ଜୟ ଆଚାର୍ଯ୍ୟ ଜାଣିବା ପରେ କମିଟି କର୍ମକର୍ତ୍ତାଙ୍କୁ ଡାକି ଚୋରି ଘଟଣା ସମ୍ପର୍କରେ ଜଣେଇବା ସହ ମନ୍ଦିର ପାଖାପାଖି ବହୁ ସ୍ଥାନରେ ଖୋଜା ଖୋଜି କରି ନିରାଶ ହେବା ପରେ ଘଟଣା ବିଷୟରେ ଆଲୋଚନା କରି ସ୍ଥାନୀୟ ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମନ୍ଦିର ସମ୍ପାଦକଙ୍କ ସହିତ କମିଟି ତରଫରୁ ବିଶୁ ମହାରଣା, ଯୁଗଳ କିଶୋର ପାତ୍ର, ସନ୍ତୋଷ ମୁନୀ ପ୍ରମୁଖ ଥାନାକୁ ଯାଇ ଏତଲା ଦେଇଥିବା କହିଛନ୍ତି । ପୋଲିସ ଥାନା ଆଇଆଇସିଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାସ୍ଥଳରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଦିନ ଦ୍ୱିପ୍ରହରରେ ମନ୍ଦିରରୁ ଚୋରି ଯାଇଥିବା ବେଳେ ପୋଲିସ ବିଭାଗ ତରଫରୁ ଅଧିକରୁ ଅଧିକ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଚୋରକୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 2 =