ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 27

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନୀ ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ରବିବାର ବାବେକୋହୋରା ସ୍ଥିତ ମା’ ମଙ୍ଗଳା ମିନୀ ଷ୍ଟାଡିୟମ ଠାରେ ସିଉନୀ ଚାମ୍ପିଅନସିପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଉଦଘାଟନି ମ୍ୟାଚ୍‌ ଧର୍ମଗଡ଼ ଓ ଝାରକୁଣ୍ଡାମାଲ ଅନ୍ତ ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଗଡ଼କୁ ୧-୦ ଗୋଲରେ ହରାଇ ଝାରକୁଣ୍ଡାମାଲ ଦଳ ବିଜେତା ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନବିନ ନାଏକ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ଆମପାଣି ବୁଢ଼ାରଜା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ, ସିଉନୀ ପ୍ରଧାନ ଶିକ୍ଷକ ଗୀରିଶ ଚନ୍ଦ୍ର ସରାବୁ ପ୍ରମୂଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ଝାରକୁଣ୍ଡାମାଲ ଅନ୍ତ ୧୧ ଫୁଟବଲ ଦଳର ଖେଳାଳୀ ରତ୍ନାକର ବାଗ ସ୍କୋର କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି । ଖୋଳକୁ ପିଇଟି ଭୁପେନ୍ଦ୍ର ଗୋପାଳ ପରିଚାଳନା କରିଥିବାବେଳେ ପିଇଟି ଶଙ୍କର ପୋଡ, ଚିତ୍ତରଞ୍ଜନ ଠାକୁର ଓ ଜଶୋବନ୍ତ ଶବର ଲାଇନ୍‌ ମ୍ୟାନ୍‌ ଭାବରେ ରହି ସହଯୋଗ କରିଥିଲେ । ଖେଳର ଧାରା ବିବରଣୀ ଶିକ୍ଷକ ଇଶ୍ୱରୀ ପ୍ରସାଦ ଅଗସ୍ତି ଓ ନରେନ୍ଦ୍ର ଧଙ୍ଗଡାମାଝୀ ପ୍ରଦାନ କରିଥିଲେ । ଆୟୋଜକ ଅନୁଷ୍ଠାନର ସଭାପତି ସନାତନ ପଣ୍ଡା, ସମ୍ପାଦକ ନରେନ୍ଦ୍ର ଧଙ୍ଗଡାମାଝୀ, ଭୁବନେଶ୍ୱର ଦିଶାରୀ, ସୁଭାଷ ବେହେରା, ଅମିତ୍‌ ପଣ୍ଡା, ଗୋବିନ୍ଦ ମାଝୀ, ମଣ୍ଟୁ ନାଏକ, ସୁଧୀର ଧଙ୍ଗଡାମାଝୀ, ମନୋରଞ୍ଜନ ପୁଝାରୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × one =