ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ

0 37

ହରଭଙ୍ଗା :ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ ଶିବିରର ଦ୍ୱିତୀୟ ଦିବସ । ପ୍ରାତଃ ଯୋଗଭ୍ୟାସ ଠାରୁ ସ୍ୱେଚ୍ଛାସେବୀ ମାନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଅଶୋକ କୁମାର ପାଣ୍ଡିଆ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ଦେବା ସହିତ ଦୁର୍ଘଟଣାଜନିତ ପ୍ରାଥମିକ ଚିକିତ୍ସା ମଧ୍ୟ ପ୍ରଶିକ୍ଷଣ ଦେଇଥିଲେ । ଅଧକ୍ଷ ରମେଶ ଚନ୍ଦ୍ର ତାରିଣିଆ ସ୍ୱେଚ୍ଛାସେବୀମାନଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରାଇଥିଲେ । ଜିଲ୍ଲା ସଂଯୋଜକ ତଥା ଅଧ୍ୟାପକ ସୁରେଶ୍ୱର ଯୋଶୀ ଏଚ୍‌ଆଇଭି ରୋଗର ଭୟାବହତା ଏବଂ ସଚେତନତା ସମ୍ପର୍କରେ ବୁଝାଇଥିଲେ । ରକ୍ତଦାନ କରି କିପରି ରକ୍ତର ଅଭାବକୁ ପୂରଣ କରିବା ସହିତ ଅନ୍ୟ ମୁହଁରେ ହସ ଫୁଟାଇ ମରଣ ମୁଖର ବଞ୍ଚାଇ ପରିବା ତାହା ଉପରେ ବିସ୍ତୃତ ଭାବେ ଆଜିର ଦିନରେ ସ୍ୱେଚ୍ଛାସେବୀ ମାନଙ୍କୁ ଅବଗତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବକୃତା ପ୍ରତିଯୋଗିତା ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × three =