ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ

0 85

ଜହ୍ନ ।ପଙ୍କ,୧୭/୧:- ମା ବାପା ମାନେ ଶିଶୁ ସମୟରେ ଝିଅ ମାନଙ୍କ ମନୋବଳ ଦୁର୍ବଳ କରି ପୁଅମାନଙ୍କୁ ସାହସୀ କରିଥାନ୍ତି ସେହି ମନୋଭାବ ଯୋଗୁଁ ଝିଅମାନେ ନିଜକୁ ଦୁର୍ବଳ ଭାବନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ପୁଅ ଅପେକ୍ଷା ଝିଅକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ଏମାନଙ୍କ ସୁରକ୍ଷା ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଅନ୍ୟତମ । ଆଜି ବୌଦ୍ଧ ବ୍ଳକ ଅନ୍ତର୍ଗତ ଗନ୍ଧରାଢୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନେ ମନୋବଳ ଓ ଆତ୍ମସୁରକ୍ଷା ଦ୍ୱାରା ନିଜକୁ ସୁରକ୍ଷିତ ରଖିପ ।ରିବା ସହିତ ବିପଦରୁ ନିଜକୁ ବଞ୍ଚାଇପାରିବେ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ବକ୍ତବ୍ୟ ରଖିଥିଲେ । ଶାରୀରିକ ଅଧ୍ୟାପକ ସୁଭାଷ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରସନ୍ନ କୁମାର ଶତପଥୀ, ଅଧ୍ୟାପିକା ଲିପାରାଣୀ ପ୍ରଧାନ ଓ ସୋନାଲି ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ନିହାତି ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ । ୮ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ତାଲିମଦାତ୍ରୀ ଭାବେ ରୋଜାଲିନ ରାଜହଂସ ଓ ସୁପ୍ରିୟା ପ୍ରଧାନ ତାଲିମ ପ୍ରଦାନ କରିବେ । ଏହି ତାଲିମ ଶିବିର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବୈଠକରେ ଶ୍ରୀ ଭୋଇ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × one =