ଓଡ଼ିଶା ଭ୍ରମଣ ଦିବ୍ୟ ରଥକୁ ପାରଳାଖେମୁଣ୍ଡି ଠାରେ ସମ୍ବର୍ଦ୍ଧନା

0 38

ପାରଳାଖେମୁଣ୍ଡି,୧୭/୧:- ସ୍ଥାନୀୟ ୟୁ ଟେକ୍‌ କମ୍ପ୍ୟୁଟର ଏଜୁକେସନ ସେଣ୍ଟର୍‌ ଠାରେ କନ୍ୟାକୁମାରୀ କେନ୍ଦ୍ରର ସ୍ୱାମୀ ବିବେକାନନ୍ଦ ଓଡ଼ିଶା ଭ୍ରମଣ ଦିବ୍ୟରଥକୁ ଭବ୍ୟ ସମ୍ବର୍ଦ୍ଧନା ପାରଳାବାସୀଙ୍କ ତରଫରୁ ପ୍ରଦାନ କରାଯାଇଛି । କନ୍ୟାକୁମାରୀ କେନ୍ଦ୍ରର ଞ୍ଚନିଲାଖିଅପାଞ୍ଚ, ରବି ଭାଇ , ସ୍ୱାମୀ ଗଣେଶ, ସ୍ୱାମୀ ମୁକୁନ୍ଦା ଯୋଗ ଦେଇ ସ୍ୱାମୀଜୀଙ୍କ ଦେଶ ଜାତି ଗଠନ ସହ ବସୁଦେବ କୁଟୁମ୍ବକମର ତାତ୍ପର୍ଯ୍ୟ କହିଥିଲେ । ଲୋକନାଥ ମିଶ୍ର, ସବିତା ପଣ୍ଡିତ, ବିଘ୍ନେଶ୍ୱର ଦାଶ, ତପନ ଭାଇ ପରିଚାଳନା କରିଥିବାବେଳେ ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାକ୍ତନ ଦିବଙ୍ଗତ ଦାଶରଥି ଜେନାଙ୍କ ନାତି ଉଗ୍ରସେନ ଜେନାଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ତର୍କ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ଉପାଦେୟ ବହି ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

three × 2 =