ଖୁବଶୀଘ୍ର ବିବାହ କରିବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ସରିଲା ନିର୍ବନ୍ଧ

0 63

ସମ୍ବଲପୁର: ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ । ଏନେଇ ରବିବାର ଉଭୟଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି । ଏହି ଅବସରରେ ଚଞ୍ଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହିତ ଉଭୟଙ୍କ ଘନିଷ୍ଠ ବନ୍ଧୁ/ବାନ୍ଧବୀମାନେ ସାମିଲ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ସମ୍ବଲପୁର ଏସପି ବି.ଗଙ୍ଗାଧର ମଧ୍ୟ ଏହି ଉତ୍ସବରେ ସାମିଲ ଥିଲେ ବୋଲି ଜଣାପଡିଛି । ମାଟ୍‌ ୫୦ ଜଣଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଛି ।

hiring


ଉଲ୍ଲେଖଯୋଗ୍ୟ ଯେ, ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ । ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍‌. ଅଖତରଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ମତଭେଦ ହେବାରୁ ଉଭୟେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ସେହିପରି ବଲଙ୍ଗୀର ଜିଲ୍ଲାପାଳ ମଧ୍ୟ ବର୍ତ୍ତମାନର ରାୟଗଡା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସାମନ କାରଣରୁ ପରସ୍ପରକୁ ଛାଡପତ୍ର ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =