“କୃଷି ଓଡିଶା -୨୦୨୩’ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ

0 25

ବ୍ରହ୍ମପୁର:ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ ୧୬ ରୁ ୧୮ ପର୍ଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ “କୃଷି ଓଡିଶା -୨୦୨୩’ ଅନୁଷ୍ଠିତ ହୋଇଯାଇଛି । ଫାର୍ମ ଯାନ୍ତ୍ରିକରଣ ଓ ଫସଲ ବିବିଧତା ଉପରେ ଗୁରୁତ୍ୱ ଆରୋପ କରି ନୂଆ ନୂଆ ଜ୍ଞାନ କୌଶଳ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି ଓ କୃଷକମାନଙ୍କ ଉନ୍ନତି “ମୋ ସରକାର’ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ । ମାଛ ଚାଷ, ପଶୁପାଳନ, କୁକୁଡ଼ା ଚାଷ ପରି କୃଷି ଆନୁସଙ୍ଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇ କୃଷକମାନଙ୍କ ଆୟବୃଦ୍ଧି ଉପରେ ବିଶେଷ ଯତ୍ନ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଉଦଯାପନୀ ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ କୃଷିର ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ହାସଲ କରିଥିବା ଚାଷୀ ମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମାଛ ଚାଷୀ ନଳିନୀକାନ୍ତ ନାୟକଙ୍କୁ ଶ୍ରେଷ୍ଠ ମାଛ ଚାଷୀ ଭାବରେ ମାନପତ୍ର, ଉପଢୌକନ, ଫଳକ ଏବଂ ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ନିଜର ଉଦ୍ୟମ, ପ୍ରଚେଷ୍ଟା, ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିଥିବା ନଳିନୀ କହିଛନ୍ତି । ଉନ୍ନତ ପଦ୍ଧତିରେ ମାଛ ଚାଷ କରି ଅର୍ଥ ଉପାର୍ଜନରେ ସେ ଆଜି ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ହେବା ସହ ଅନ୍ୟ କେତେକ ପରିବାର ପାଇଁ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିପାରିଛନ୍ତି । ଅଂଚଳର ଚାଷୀ, ଯୁବକମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ।

hiranchal ad1
Leave A Reply

Your email address will not be published.

3 + 7 =