ଖରା ଆରମ୍ଭରୁ ଜଳ ସଂକଟ, ଆଗକୁ ପରିସ୍ଥିତି ଅଣାୟତ

0 127

ଦଶପଲ୍ଲା : ଦଶପଲ୍ଲା ଏନଏସିର ବିଭିନ୍ନ ୱାର୍ଡ଼ରେ ଥିବା ନଳକୂପ ଓ ଖୋଲା କୂଅ ଗୁଡିକ ଏବେ ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ ହୋଇ ପଡ଼ିଛି । କେଉଁଠି କୂଅ ଶୁଖି ଗଲାଣି ତ, ଆଉ କେଉଁଠି ନଳକୂପ ହ୍ୟାଣ୍ଡେଲକୁ ୨୫ରୁ ୩୦ ଥର ମାରିଲେ ଢାଳେ ପାଣି ବାହାରୁଛି ।
ଅନ୍ୟପକ୍ଷରେ ଏକାଧିକ ନଳକୂପ ଥାଇ ନଥିବା ଭଳି । କାରଣ ସେ ଗୁଡିକ ପ୍ରାୟତଃ କାମରେ ଲାଗୁନି । ଦଶପଲ୍ଲା ଏନ୍‌ଏସିରେ ଖରା ଆରମ୍ଭରୁ ପାନୀୟ ଜଳ ସଂକଟ ଦେଖା ଦେଇଥିଲାବେଳେ ଆଗକୁ ଆହୁରି ଉତ୍କଟ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି । ଲୋକ ଏବେ ଟ୍ୟାଙ୍କର ପାଣି କେବେ ସେମାନଙ୍କ ପାଖରେ ପହଂଚିବ ଆଉ ଜଳାଭାବ ସଂକଟ ଲାଘବ ହେବ ତାକୁ ଚାତକ ଭଳି ଚାହିଁ ରହିଛନ୍ତି । ଏନ୍‌ଏସି କର୍ତ୍ତୃପକ୍ଷ ବେଳ ଥାଉଁ ଥାଉଁ ଠୋସ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି । ଯେଉଁ ୱାର୍ଡ ଗୁଡିକରେ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ ସେହି ୱାର୍ଡ ଗୁଡିକର ସ୍ଥିତି ଆଗକୁ ସଂଗୀନ ହୋଇଯିବ ବୋଲି ଜଣା ପଡ଼ିଲାଣି ।

hiranchal ad1
Leave A Reply

Your email address will not be published.

12 − seven =