ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ

0 57

ଆଇଲାଣ୍ଡ: ବାତ୍ୟା ପରେ ବନ୍ୟାର ତାଣ୍ଡବ । ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ । ବାତ୍ୟାରେ ନ୍ୟୁଜିଲାଣ୍ଡର ନର୍ଦନ ଆଇଲାଣ୍ଡ ସାଂଘାତିକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ସ୍ଥତିକୁ ଆହୁରି ସଙ୍ଗୀନ କରିଦେଇଛି । ପ୍ରକୃତିକ ବିପର୍ଯ୍ୟୟ ଯୋଗୁ ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରାନ୍ତ ଛାରଖାର ହୋଇଯାଇଥିବା ବେଳେ ସରକାର ଦେଶସାରା ଏମର୍ଜେନ୍ସି ଘୋଷଣା କରିଛନ୍ତି । ବନ୍ୟା ଯୋଗୁ ପ୍ରାୟ ୧୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଲକ୍ଷାଧିକ ଲୋକ ତିନି ଦିନ ଧରି ବନ୍ୟାପାଣି ଘେରରେ ରହିଛନ୍ତି ।

hiring

ପାଖାପାଖି ଏକ ଲକ୍ଷ ଲୋକ ବେଘର ହୋଇ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାପାଣିରେ ଲୋକଙ୍କ ଘର ଧୋଇ ଯାଇଥିବା ବଳେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଭିତରେ ଅଣ୍ଟା ପର୍ଯ୍ୟନ୍ତ ପଶିଥିବାରୁ ଲୋକମାନେ ଫ୍ରିଜ ଓ ମ୍ୟାଟ୍ରେସ ଉପରେ ବସି ବାହାରକୁ ବାହାରୁଥିବା ସମୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉପକୂଅ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସ୍ଥତି ସାମାନ୍ୟ ହୋଇପାରୁ ନଥିବା ବେଳେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 3 =