ନୂଆଦିଲ୍ଲୀ : ଓଡିଶାରେ ଗତକାଲି ରାତିରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ଟ୍ରକ୍ ମାଡିଯିବାରୁ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଜିଲ୍ଲାର ଦୁରସଡା ଥାନା ଅନ୍ତର୍ଗତ ବୁହାରା ଗ୍ରାମରେ ନିକଟରେ ନିର୍ମାଣ ପୋଲ ଉପରୁ ଏକ ମିନି ଟ୍ରକ୍ ନଦୀ ମଧ୍ୟକୁ ଖସି ପଡିବା ଫଳରେ ୧୨ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗାଡିରେ ଥିବା ୩୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇଁ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଞ୍ଚିଥିଲେ । ରାଜ୍ୟ ଗୃହମନତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଘଟଣା ସଂପର୍କରେ ଲଗାତାର ଭାବେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତିା