ହାତୀଦାନ୍ତ ବ୍ୟବସାୟକୁ ନେଇ ଦିନ ତମାମ୍ ନାକେଦମ୍ ବନବିଭାଗ,ଡାବୁ ପଇସା ବ୍ୟବସାୟ ପାଇଁ ବନବିଭାଗକୁ ଅସ୍ତ୍ର ସଜାଇଥିଲା ଦୁର୍ବୃତ୍ତ
ଦଶପଲ୍ଲା : ହାତୀ ଦାନ୍ତ ଓ ଚନ୍ଦନ କାଠ ବ୍ୟବସାୟକୁ ନେଇ ଗତ କିଛି ଦିନ ହେଲା ବନଖଣ୍ଡ ଅଧିକାରୀଙ୍କୁ ଦିଆଯାଉଥିଲା ସୂଚନା । ବନଖଣ୍ଡ ଅଧିକାରୀଙ୍କ ବିଶ୍ୱାସଭାଜନ ହେବାକୁ ହାତୀ ଦାନ୍ତ ଏବଂ ଚନ୍ଦନ କାଠର ଫଟୋ ମଧ୍ୟ ଦିଆଯାଇଥିଲା । ଏହାକୁ କାବୁ କରିବା ପାଇଁ ବନବିଭାଗ ଆରମ୍ଭ କରିଥିଲା ବ୍ଲୁ ପ୍ରିଣ୍ଟ୍ । ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନେଇ ଗଠନ ହୋଇଥିଲା ୬ଟି ଟିମ୍ । ଯାହାକୁ ନେଇ ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ଆରମ୍ଭ ହୋଇଥିଲା ଚଢାଉ । ସୂଚନାଦାତାଙ୍କ ତଥ୍ୟ ଅନୁଯାୟୀ ଦଶପଲ୍ଲା ବ୍ଲକର ବିଭିନ୍ନ ସ୍ଥାନରେ ଏହି ଟିମ୍ ଚଢାଉ କରାଯାଇଥିଲା । ଯେଉଁଥିରେ ୫ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇ ନୂଆଗଁ ବ୍ଲକର ମାଈଛଳି ସ୍ଥିତ ନର୍ସରୀ ଠାରେ ଜଣ ଜଣଙ୍କୁ ଚାଲିଥିଲା ପଚରାଉଚରା । ଶେଷରେ ଘଟଣା ସମ୍ପର୍ଣ୍ଣ ମଥ୍ୟା ବୋଲି ଜଣାପଡିବା ପେରେ ନିଜ ଭିତରେ ହନୁମାନ ଟଙ୍କା ବା ଡାବୁ ପଇସା ବ୍ୟବସାୟକୁ କେନ୍ଦ୍ରକରି ସୂଚନାଦାତା ବନବିଭାଗକୁ ଗତ କିଛିଦିନ ଧରି ବ୍ଲାକ ମେଲିଂ କରି ବିଭ୍ରାନ୍ତ କରୁଥିବା ଜଣାପଡିଛି । ଶେଷରେ, ସୂଚନାଦାତାଙ୍କ ପାଇଁ ଏହା ମହଙ୍ଗା ପଡିଛି । ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଦଶପଲ୍ଲା ଥାନାରେ ଅଭିଯାଗ କରାଯାଇଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ କହିଛନ୍ତି । ବନଖଣ୍ଡ ଅଧିକାରୀ ଶ୍ରୀମତୀ ଷଡଙ୍ଗୀଙ୍କ କହିବା ଅନୁଯାୟୀ ଦଶପଲ୍ଲା ଅଂଚଳର ଜେଣ ବ୍ୟକ୍ତି ହାତୀ ଦାନ୍ତ ଓ ଚନ୍ଦନ କାଠ ବ୍ୟବସାୟ ନେଇ ସୂଚନା ଦେଇଥିଲେ । ବସନ୍ତପୁର ଅଂଚଳର ବାପା, ପୁଅ ଏଥିରେ ସଂପୃକ୍ତ ଥିବା କୁହାଯାଇଥିଲା । ତାଙ୍କ ସୂଚନା ପାଇବା ପେର ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ ଜୋର୍ ଦାର୍ କରାଯାଇଥିଲା । ଏହାକୁ କାବୁ କରିବା ପାଇଁ ଆଜି ଚଢଉ କରାଯାଇ ଦଶପଲ୍ଲା ବସନ୍ତପୁର ଗ୍ରାମର ୨ ଜଣ ଏବଂ ଶ୍ରୀରାମପୁର ସ୍ଥିତ ଏକ ଆଶ୍ରମର ଜଣେ ସନ୍ନ୍ୟାସୀ ବାବାଙ୍କୁ ଉଠାଇ ପଚରାଉଚରା କରାଯାଇଥିଲା । ହେଲେ ସୂଚନାଦାତା ଯେଉଁ ସବୁ ସୂଚନା ଦେଇଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ସେ ସବୁ ଫଟୋ ଗୁଗୁଲରୁ ବାହାର କରି ଦେଇଥିବା କହିଛି । ତାଙ୍କ ଭିତେର ଡାବୁ ପଇସା ବ୍ୟବସାୟ ଚାଲି ଆସିଥିବା ବେଳେ ଭାଗ ବଣ୍ଟାକୁ ନେଇ ବନବିଭାଗକୁ ସେ ଅସ୍ତ୍ର କରିଥିଲା । ହେଲେ ଏହାର ଫଳ ଓଲଟା ହୋଇଛି । ପ୍ରାୟ ୪ କୋଟି ଟଙ୍କାର ଚେକ୍ କାରବାର ହୋଇଥିବା ଜଣାପଡିବା ପରେ ଏଭଳି ଫ୍ରଡ୍ ବା ମିଥ୍ୟା କାରବାର ନେଇ ଦଶପଲ୍ଲା ଥାନାରେ ବନ ବିଭାଗ ପକ୍ଷରୁ ଅଭିଯାଗ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଆଜି ଦଶପଲ୍ଲା ଅଂଚଳେର ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।