ପାତାଳି ପୀଠରୁ ଗ୍ରିଲ୍‌ ଭାଙ୍ଗି ଟଙ୍କା ଚୋରି କଲେ ଦୁର୍ବୃତ୍ତ

0 59

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ରିଲ୍‌ ଭାଙ୍ଗି ଦାନ ବାକ୍ସରୁ ଟଙ୍କା ଚୋରି କରିଥିବା ଜଣାପଡିଛି । ଟଙ୍କା ଚୋରି କରି ଦାନ ବାକ୍ସଟି ମନ୍ଦିର ପଛପଟେ ପକାଇ ଦେଇଥିଲେ । ବାରମ୍ବାର ଏଠାରେ ଚୋରି ହେଉଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଆଘାତ ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅତିଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ପ୍ରସିଦ୍ଧ ପୀଠ ପାତାଳି କ୍ଷେତ୍ରରେ ସିସିଟିଭି କ୍ୟାମେରା ଓ ଜଗୁଆଳିର ବ୍ୟବସ୍ଥା କରାଯିବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 11 =